Home ଜିଲ୍ଲା ପରିକ୍ରମା ମାତୃଭାଷା ମାଆର ଭାଷା

ମାତୃଭାଷା ମାଆର ଭାଷା

266

ପୁରୀ, ୨୭/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ସଦାଶୀବ ପରିସର ରେ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଆଚାର୍ଯ୍ୟ ପ୍ରଫେସର ହରେକୃଷ୍ଣ ମହାପାତ୍ର ସେଥିରେ ଅଧ୍ୟକ୍ଷତା କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗ ଅବସରପ୍ରାପ୍ତ ପ୍ରଫେସର ନିତ୍ୟାନନ୍ଦ ସତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡିଆ ଭାଷା ର ଉତ୍ପତି କ୍ରମ ବିକାଶ ଏବଂ ବର୍ତମାନ ସ୍ଥିତି ସଂପର୍କରେ ସେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶ୍ରୀ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ସର୍ବଦର୍ଶନ ବିଭାଗ ମୁଖ୍ୟ ଡଃ ହରପ୍ରିୟା ଦାସ କହିଲେ ସଂସ୍‌କୃତ ଓ ଓଡିଆ ଭାଷା ମଧ୍ୟରେ ନିବିଡ ସଂପର୍କ ରହିଛି। ସଂସ୍କୃତ ଭାଷା ସବୁ ଆଂଦଚିକ ଭାଷା ର ଜନନୀ। ଓଡିଆ ଭାଷାରେ ଯେଉଁ ଶାସ୍ତ୍ରୀୟତା ରହିଛି ତାହା ଅନ୍ୟ ଆଂଚଳିକ ଭାଷାରେ ନାହିଁ। ପ୍ରଫେସର ଅତୁଲ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ମାତୃଭାଷା ମାଆ ର ଭାଷା ଏହାର ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ଉଦ୍ୟମ କରିବା ଉଚିତ୍। ମାତୃଭାଷା ମାତୃଭୂମୀ ଓ ଜନ୍ମଦାତ୍ରୀ ମାଆ ପ୍ରତି ସମସ୍ତଙ୍କର ପରମ କର୍ତବ୍ୟ ରହିଥିବା ସେ ମତ ଦେଇଥିଲେ। ପ୍ରାଚାର୍ଯ୍ୟ ଶ୍ରୀ ମହାପାତ୍ର କହିଲେ ରାଜ୍ୟ ସରକାରଙ୍କର ସବୁ କାଯ୍ରା୍ୟଳୟରେ ଓଡିଆ ଭାଷାକୁ ବାଧ୍ୟତାମୂଳକ କରିବା ଉଚିତ୍। ଏହା ଦ୍ୱାରା ଓଡିଆ ଭାଷା ର ବିକାଶ ହୋଇପାରିବ। ଓଡିଆ ବିଭାଗ ପ୍ରାକ୍ତନ ମୁଖ୍ୟ ଡଃ ନୃସିଂହ ଚରଣ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମାତୃଭାଷା ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଇତିହାସ ବିଭାଗ ଅଧ୍ୟାପକ ଦୁର୍ଗାପ୍ରସାଦ ଦାସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଓଡିଆ ବିଭାଗ ଅଧ୍ୟାପିକା ଡଃ ସ୍ୱାଗତିକା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.