Home ଜିଲ୍ଲା ପରିକ୍ରମା ରେଳଡାକ ସେବା ସ୍ଥାନାନ୍ତର ପ୍ରତିବାଦରେ ବିକ୍ଷୋଭ

ରେଳଡାକ ସେବା ସ୍ଥାନାନ୍ତର ପ୍ରତିବାଦରେ ବିକ୍ଷୋଭ

70

ପୁରୀ, ୨୭/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ପୁରୀରୁ ରେଳ ଡାକସେବା ସ୍ଥାନାନ୍ତର ନିଷ୍ପତିକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା। ମୁଖ୍ୟ ଡାକ ପାଳଙ୍କ ନିଷ୍ପତିର ପ୍ରତିବାଦ କରି ବୁଧବାର ଆରଏମଏସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଡାକ ବିଭାଗ ଉଚ୍ଚ କର୍ତୁପକ୍ଷ ଏହି ନିଷ୍ପତି ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଚେତାବନି ଦେଇଛନ୍ତି। ଦୀର୍ଘ ୬୦ବର୍ଷ ଧରି ପୁରୀରେ କାର୍ଯ୍ୟକରୁଥିବା ରେଳ ଡାକସେବା ଖୋର୍ଦ୍ଧା ଆରଏମଏସ ସହ ମିଶାଇବା ନିଷ୍ପତି ଏକ ଷଡଯନ୍ତ୍ର ବୋଲି ଶ୍ରୀ ପଟ୍ଟନାୟକ ଅଭେିଯାଗ କରିଛନ୍ତି। ରେଳ ଡାକସେବା ଉଠିଗଲେ ଚିଠିପତ୍ର ଆଦାନ ପ୍ରଦାନରେ ବିଳମ୍ବ ହେବା ସହ ରେଳ ଯାତ୍ରୀ ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଧିବାସୀ ଆରଏମଏସ ସେବା ପାଇବାରୁ ବଂଚିତ ହେବେ ବୋଲି ସେ ପ୍ରକାଶ କରିଛନ୍ତି। ପୁରୀ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଏବଂ ତୀର୍ଥକ୍ଷେତ୍ର ହୋଇଥିବାରୁ ରେଳ ଡାକସେବା ସ୍ଥାନାନ୍ତର ପାଇଁ ସୁଯୋଗ ଦିଆଯିବ ନାହି ବୋଲି ସେ କହିଛନ୍ତି। ମୁଖ୍ୟ ଡାକ ପାଳଙ୍କ ନିଷ୍ପତି ବିରୁଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜ କରାଯିବ ବୋଲି ସେ ଗଣ ମାଧ୍ୟମ କୁ କହିଛନ୍ତି। ଏ କ୍ଷେତ୍ରରେ ସ୍ଥାନୀୟ ନିର୍ବାଚିତ ଲୋକପ୍ରତିନିଧି ଙ୍କ ନିରବତା କୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟ ଡାକପାଳ ନିଷ୍ପତି ପ୍ରତ୍ୟାହାର ନକଲେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପୁରୀ ରେଳଷ୍ଟେସନରେ କାର୍ଯ୍ୟକରୁଥିବା ଆରଏମଏସ କାର୍ଯ୍ୟାଳୟ ସହ ମିଶ୍ରନ ନିମନ୍ତେ ଓଡିଶାର ମୁଖ୍ୟ ଡାକପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୧୮ ତାରିଖ ଦିନ ନିର୍ଦ୍ଦେଶ ନାମ ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.