Home ଜିଲ୍ଲା ପରିକ୍ରମା ବିଦେଶୀ ମଦ ଦୋକାନରୁ ଚୋରି ଅଭିଯୋଗ, କର୍ମଚାରୀ ଗିରଫ,୬. ୫୦ଲକ୍ଷ ଟଙ୍କା, ବାଇକ, ନକଲି ଆଧାର...

ବିଦେଶୀ ମଦ ଦୋକାନରୁ ଚୋରି ଅଭିଯୋଗ, କର୍ମଚାରୀ ଗିରଫ,୬. ୫୦ଲକ୍ଷ ଟଙ୍କା, ବାଇକ, ନକଲି ଆଧାର କାର୍ଡ଼ ଜବତ

25

ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡି ଥାନା ଅଧିନ ତିହିଡି଼ ବଜାରରେ ଥିବା ସରକାରୀ ବିଦେଶୀ ମଦ ଦୋକାନରୁ ଚୋରି ହୋଉଥିବା ଅଭିଯୋଗ ହୋଇଛି। ପୋଲିସ ଏସମ୍ପର୍କରେ ୨୫୮/୨୬ ମକଦ୍ଧମା ରୁଜୁକରି ତଦନ୍ତ ଚଳାଇଥିଲେ।ଶୁକ୍ରବାର ପୋଲିସ ଦୋକାନର କର୍ମଚାରୀକୁ ଗିରଫ କରିଥିବା ଜଣାଯାଇଛି।କର୍ମଚାରୀଙ୍କ ନାଁ ରାଜକିଶୋର ସାହୁ (୩୮)ଏବଂ ତାଙ୍କ ଘର ବାସୁଦେବପୁର ଏନଏସି ଅଧୀନ ୧୧ନଂ ୱାର୍ଡ ରେ ବୋଲି ଜଣାଯାଇଛି । ଗିରଫ ଯୁବକଙ୍କ ଠାରୁ ପୋଲିସ ୬ଲକ୍ଷ ୫୦ହଜାର ଟଙ୍କା ସମେତ ଏକ ହୋଣ୍ଡା ୟୁନିକ ବାଇକ ଓ ନକଲି ଆଧାର କାର୍ଡ଼ ଜବତ କରିଛି । ଆଇଆଇସି ଲୋପାମୁଦ୍ରା ନାୟକ ସୂଚନା ଦେଇ କହିଛନ୍ତି ଯେ ତିହିଡି଼ରେ ଥିବା ବିଦେଶୀ ମଦ ଦୋକାନରୁ ଗତ ୧୨ତାରିଖ ଅପରାହ୍ନରେ ୧୦ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଦୋକାନ ମାଲିକ ଭଦ୍ରକ ଅଂଚଳର ରାଜକୁମାର ସାହୁ ଅଭିଯୋଗ କରିଥିଲେ । ତାଙ୍କ ଦୋକାନ କର୍ମଚାରୀ ବାଲେଶ୍ୱର ଜିଲା କୁରୁଡ଼ା ଅଂଚଳର ରାଜକିଶୋର ଏହି ଚୋରି କରିଥିବା ଏବଂ ଚୋରି ସମୟରେ ସିସି ଟିଭି ବନ୍ଦ କରି ଦେଇଥିବା ଦୋକାନ ମାଲିକ ସାହୁ ଅଭିଯୋଗରେ ଦର୍ଶାଇଥିଲେ । ପୋଲିସ ରାଜକିଶୋରଙ୍କୁ ଗିରଫ କରିବା ପରେ ତାଙ୍କ ଘର ଗୋଟେ ଅଂଚଳର ହୋଇଥିବା ବେଳେ ସେ ବିଦେଶୀ ମଦ ଦୋକାନରେ ନକଲି ଆଧାର କାର୍ଡ଼ ଦେଇ କାମ କରୁଥିବା ଜଣାଯାଇଥିଲା । ଏପରିକି ରାଜକିଶୋର ନକଲି ଆଧାର କାର୍ଡ଼ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଚଳାଇଥିଲେ । ବାସୁଦେବପୁର ନାୟକାଣୀଡିହ ଅଂଚଳର ଅନ୍ୟ ଏକ ନକଲି ପରିଚୟ ପତ୍ର ମଧ୍ୟ ତାଙ୍କ ଠାରୁ ଜବତ ହୋଇଥିବା ଆଇଆଇସି ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.