Home ଜିଲ୍ଲା ପରିକ୍ରମା ବିଡି ସେକୁଥିବା ସମୟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଅଲ୍ପକେ ବର୍ତିଲେ କର୍ମଚାରି

ବିଡି ସେକୁଥିବା ସମୟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଅଲ୍ପକେ ବର୍ତିଲେ କର୍ମଚାରି

32

ମାଲକାନଗିରି,୧୩ା୧୧ (ଓଡିଆ ପୁଅ ) ନିଆଁରେ ବିଡି ସେକୁଥିବା ସମୟରେ ଅସାବଧାନତା ରେ ବିଡି ପୋଡି ଯାଇ ବିଡି ଫ୍ୟାକ୍ଟ୍ରୀରେ ନିଆଁ ଲାଗି ଅଳ୍ପକେ ବର୍ତି ଯାଇଛନ୍ତି କର୍ମଚାରୀ । ମାଲକାନଗିରି ଜିଲ୍ଲାସ୍ଥ କାଲିମେଳା ମେନ ରୋଡ ନିକଟରେ ଥିବା ଗୋଲଦାର ବିଡି ଫେକ୍ଟ୍ରିରେ ଆଜି ଅପରାହ୍ନରେ କିଛି କର୍ମଚାରି ବିଡି ନିଆଁରେ ସେକୁଥିବା ସମୟରେ ହଟାତ ବିଡିଗୁଡିକ ପୋଡିଯାଇ ଘରେ ନିଆଁଲାଗି ଯାଇଥିଲା । ବିଡି ଧୁଆଁର ବାସ୍ନା କଲୋନିସାରା ବ୍ୟାପି ଯାଇଥିଲା । ବିଡି ପ୍ୟକ୍ଟ୍ରୀରେ ନିଆଁ ଲାଗି ବାହରକୁ ଧୁଆଁ ଉଠୁଥିବାର ଦେଖି ପାଖ ପଡୋଶି ଅଗ୍ନିଶମ ବିଭାଗକୁ ଫୋନକରି ଜଣାଇଥିଲେ । କାଲିମେଳା ଅଗ୍ନିଶମ ବିଭାଗ ସେଠାରେ ପହଁଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଫ୍ୟାକ୍ଟ୍ରିରେ ଥିବା ବିଡି ଗୁଡିକ ପୋଡି ପାଉଁସ ହୋଇଯାଇଥିଲା । ଘର ପୋଡିରୁ ପ୍ୟାକ୍ଟ୍ରି ଟି ବଚିଂଯାଇ କର୍ମଚାରୀ ମାନେ ମଧ୍ୟ ଅଳ୍ପକେ ବର୍ତିଥିଲେ । ସୁଚନା ଯୋଗୟ ଯେ ମାଲାକନଗିରି ଜିଲ୍ଲା କାଲିମେଳା,ଏମଭି୭୯.ଏମଭି୭୨,ଏମଭି୯୦, ତାର୍ଲାକୋଟା,ବିଲମେଳା ବିଭିନ୍ନ ଅଚଂଳରେ ରେ ବେଆଇନ ଭାବେ ଅନେକ ବିଡି ଫ୍ୟାକ୍ଟ୍ରୀ ଚାଲିଛି ,ଏହି ଫ୍ୟାକ୍ଟ୍ରୀ ଗୁଡିକରେ ବିପଦଶଙ୍କୁଳ ଅବସ୍ଥାରେ ମହିଳା ଓ ଶିଶୁ ଶ୍ରମିକ ମାନଙ୍କୁ କାମ ମଜୂରିଦେଇ କାମ କରାଉଥିଲେ ମଧ୍ୟ ଶ୍ରମବିଭାଗ କି ପ୍ରଶାସନିକ ଅଧିକାରୀ ମାନେ ଜାଣି ନ ଜାଣିବାପରି ନିରବ ରହୁଥିବାରୁ ଛତୁଫୁଟିଲା ପରି ବିଡି ଫ୍ୟାକ୍ଟ୍ରୀ ଚାଲିଛି । ବିଡି ବନ୍ଧା ଓ ବିଡି ସେକା କାମରେ ନିୟୋଜିତ ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟପ୍ରତି ମାଲିକ ମାନେ ଗୁରୁତ୍ୱ ଦେଉନଥିବାରୁ ଅନେକ ଶ୍ରମିକ ଟିବି ଓ ନାନା ପ୍ରକାର ପେଟ ରୋଗରେ ପଡିତ ଥିବାର ଜଣାପଡିଛି,

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.