Home ଜିଲ୍ଲା ପରିକ୍ରମା ଧନ୍ ତେରସ୍ ରେ ସୁନାଦୋକାନରେ ପ୍ରବଳ ଭିଡ,କରୋନା କଟକଣାକୁ ଫୁ,ଭୁଲିଗଲେ ସାମାଜିକ ଦୂରତା ଓ ମାସ୍କପିନ୍ଧା

ଧନ୍ ତେରସ୍ ରେ ସୁନାଦୋକାନରେ ପ୍ରବଳ ଭିଡ,କରୋନା କଟକଣାକୁ ଫୁ,ଭୁଲିଗଲେ ସାମାଜିକ ଦୂରତା ଓ ମାସ୍କପିନ୍ଧା

40

ମାଲକାନଗିରି,୧୩ା୧୧(ଓଡିଆ ପୁଅ ) ଆଜି ଥିଲା ଧନ୍ ତେରସ୍ ,ଆଜିର ଦିନରେ ସୁନା କିଣିଲେ ଘରର ମଙ୍ଗଳ ହେବାସହିତ ଧନସମ୍ପତି ବୃଦ୍ଧିପାଇଥାଏ ବୋଲି ଲୋକକଥା ରହିଛି । ସୁନାଭରି ପୁବ ର୍ରୁ ୫୧ହଜାର ଟଙ୍କାଥିବା ବେଳେ ତାହା ଆଜି ୪୭ରୁ ୪୮ହାଜାର ଟଙ୍କାକୁ ହ୍ରାସପାଇଛି । ଗୋଟିଏ ପଟେ ଧନ୍ ତେର୍ ପବ ର୍ ଓ ଅନ୍ୟପଟେ ସୁନାଦର କମିଯାଇଥିବାରୁ ସୁନା ଦୋକାନ ଗୁଡିକରେ ଆଜି ସକାଳୁ ରାତ୍ର ପର୍ଯ୍ୟନ୍ତ ଲୋକ ମାନଙ୍କର ଧାଡି ଲାଗି ଯାଇଥିଲା । କରୋନା କଟକଣା ଥିବା ସ୍ୱେତେ ଲୋକମାନେ ତାହା ଭୁଲିଯାଇ ସୁନାଦୋକନରେ ପ୍ରବଳ ଭିଡ ଜମାଇଦେଇଥିଲୋ ଦୋକାନ ଭିତରେ ସମାଜିକ ଦୂରତା କୁ ଭଲିଯାଇ ଅଧିକାଂଶ ଲୋକ ଙ୍କ ମୁହଁରେ ମାସ୍କ ପିନ୍ଧିନଥିବାର ଦେଖିବାକୁ ମିଳିଥିଲା । ଧନ୍ ତେରସ୍ ରେ ସୁନା ଦୋକାନି ମାନେ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଉପହାର ସାଙ୍ଗକୁ ମେକିଂ ଚାର୍ଚ କମାଇ ଦେଇଥିବାରୁଗ୍ରାହକ ମାନେ ସୁନାକିଣିବା ପାଇଁ ଦୋକାନ ଆଗରେ ଓ ଭିତରେ ଭିଡକରିଛନ୍ତି । ଦୋକନା ମାନେ ମାସ୍କପରିଧାନ, ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଦୋକାନ ଆଗରେ ଲେଖିଥିଲେ ମଧ୍ୟ ଗ୍ରାହକ ମାନେ ସେଥିପ୍ରତି ଦୃଷ୍ଠି ନଦେଇ ଦୋକାନ ମଧ୍ୟକୁ ଧସି ପସି ସୁନାକିଣିବା ପାଇଁ ପ୍ରତିଯେଗୀତା ଆରମ୍ଭକରିଦେଇଥିଲେ । ଏହି ଭିଡ ଖବର ପାଇ ମାଲକାନଗିରି ଥାନା ପୁଲିସ କେତେକ ସୁନା ଦୋକନ ଆଗରେ ଜଗିରହିଥିବାର ଦେଖିବାକୁ ମିଳିଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.