Home କେନ୍ଦୁଝର ବିଡିଓଙ୍କ ଉପସ୍ଥିତିରେ ଭତ୍ତା ବଣ୍ଟନ

ବିଡିଓଙ୍କ ଉପସ୍ଥିତିରେ ଭତ୍ତା ବଣ୍ଟନ

63

ହାଟଡିହି, ୧୮/୯ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତରେ ବିଡିଓଙ୍କ ଉପସ୍ଥିତିରେ ବିଭିନ୍ନ ଯୋଜନାରେ ଦିଆଯାଉଥିବା ଭତ୍ତା ବଣ୍ଟନ କରାଯାଇଛି । ଏହି ପଞ୍ଚାୟତରେ ଭତ୍ତା ବଣ୍ଟନରେ ଅନିୟମିତତା ହେଉଥିବା ନେଇ ପୁର୍ବରୁ ଅଭିଯୋଗ ହେଉଥିଲା । ଏଠାକାର ହିତାଧିକାରୀ ମାନେ ବି ଠିକ୍ ସମୟରେ ଭତ୍ତା ପାଇପାରୁ ନଥିଲେ । କିଛି ହିତାଧିକାରୀ ମୃତ୍ୟୁବରଣ କରିଥିଲେ ମଧ୍ୟ ସେମାନଙ୍କ ନାମରେ ଭତ୍ତା ଉଠୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏପରି ଅଭିଯୋଗ ସମ୍ପର୍କରେ ରେ ଜାଣିବାପରେ ବିଡିଓ ସୁଶ୍ରୀ ବିନିତା ବିଜୟିନୀ ତାଙ୍କ ଚିଠିନଂ ୨୩୩୯ ତା ୧୪/୯/୨୦୨୧ରେ ଏକ ଟିମ ଗଠନ କରି ଭତ୍ତା ବଣ୍ଟନର ବ୍ୟବସ୍ଥା କରାଇଥିଲେ । ଆଜି ସିପି ସୁବ୍ରତ ନାୟକ, ବି.ଏସ.ଏସ.ଓ ଅବିନାଶ ପତି, ବି.ଏସ.ଏସ.ଓ ରାଜେଶ କୁମାର ସାହୁ, ଡି.ଇ.ଓ ଜୀବନ କୁମାର ରାଉତ, ଡିଇଓ ଜ୍ୟୋତି ରଞ୍ଜନ ମିଶ୍ର, ବିପିଏ ବିଜୟ କୁମାର ପଳତା, ସାମାଜିକ ସମିକ୍ଷକ ବିଜୟ କୁମାର ସେଠୀ, ପିଅନ ସୁଦର୍ଶନ ଘଡେଇଙ୍କୁ ନେଇ ଏକ ଟିମ ଆଜି କେ ବାଲିପାଳ ପଞ୍ଚାୟତରେ ଗାଁ ୱାରି ଭତ୍ତା ବଣ୍ଟନ କରିଛନ୍ତି । ନିଜେ ବିଡିଓ ବିନିତା ବିଜୟିନୀ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହି ଲୋକମାନେ କିପରି ସହଜରେ ଭତ୍ତା ଗ୍ରହଣ କରିବେ ତାର ସୁବ୍ୟବସ୍ଥା କରିଥିଲେ । ତାଙ୍କ ସହିତ ପିଇଓ ଜିତେନ୍ଦ୍ର ଜେନା, ଜିଆରଏସ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ପ୍ରଥମ ଦିନରେ ମୋଟ ୪୩୦ଜଣ ହିତାଧିକାରୀଙ୍କୁ ଭତ୍ତା ଦିଆଯାଇଥିବା ଜଣାଯାଇଛି । ବିଡିଓଙ୍କ ଏପରି ପଦକ୍ଷେପକୁ ସବୁ ମହଲରେ ପ୍ରସଂଶା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.