Home କୋରାପୁଟ କୋଟିଆ ଗ୍ରାମପୁଞରେ ବିକାଶର ଧାରା ଜାରି ରହିଛି-ବିଷ୍ଣୁପଦ ସେଠୀ

କୋଟିଆ ଗ୍ରାମପୁଞରେ ବିକାଶର ଧାରା ଜାରି ରହିଛି-ବିଷ୍ଣୁପଦ ସେଠୀ

26

କୋରାପୁଟ ୧୮-୦୯(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ,ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା କୋରାପୁଟ ଜିଲ୍ଲା ନୋଡାଲ ସଚିବ ବିଷ୍ଣୁପଦ ସେଠୀ କୋଟିଆ ଗ୍ରାମପୁଞ ଗସ୍ତ କରିଥିଲେ ବୋଲି ଜଣାପଡିଛି ।ଜଳବିଭାଜିକା ବିଭାଗ ଦ୍ୱାରା ଜାନିଗୁଡା ଓ ମାଡକାର ଗ୍ରାମରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରଗୁଡିକ ପରିଦର୍ଶନ କରିଥିଲେ ।ଜାନିଗୁଡା ଗ୍ରାମର ବାସନା ଗେମେଲଙ୍କ କ୍ଷେତ ପୋଖରୀ ପରିଦର୍ଶନ କରିଥିଲେ ଓ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜଳବିଭାଜିକା ବିଭାଗ ଦ୍ୱାରା ଜୀବନଜୀବିକା ନିମନ୍ତେ କରାଯାଉଥିବା କାର୍ଯ୍ୟକ୍ରମ ସଂପର୍କରେ ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ କୁମାର ଦାସ ପ୍ରାଞଳ ଭାବରେ ପ୍ରମୁଖ ଶାସନ ସଚିବଙ୍କୁ ବୁଝାଇଥିଲେ ।ଜୀବନଜୀବିକା କାର୍ଯ୍ୟକ୍ରମ ଦ୍ୱାରା ଲୋକମାନେ ଉପକୃତ ହେଉଥିବା ଶ୍ରୀ ସେଠୀ ସୂଚନା ଦେଇଥିଲେ  । କୋଟିଆ ଗ୍ରାମପୁଞର ବିକାଶ ନିମନ୍ତେ ରାଜ୍ୟ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କାର ଅର୍ଥ ଅନୁମୋଦନ କରିଥିଲେ ସେ ସୂଚନା ଦେଇଛନ୍ତି ।ଗମାନଗମନର ସୁବିଧା କରାଯାଇଥିବାରୁ  ଶିକ୍ଷା ଓ ବଜାର ନିମନ୍ତେ ଗ୍ରାମବାସୀମାନେ କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶ ଯାଇପାରୁଥିବା ସେ ପ୍ରକାଶ କରିଛନ୍ତି ।ସାଧାରଣ ବଂଟନ ବ୍ୟବସ୍ଥା ସୁଚାରୁରୂପେ ଚାଲୁଥିବା ସେ ସୂଚନା ଦେବା ସହ ହିତାଧିକାରୀମାନେ ପ୍ରତ୍ୟେକ ମାସରେ ସଠିକ ମୂଲ୍ୟରେ ଚାଉଲ ପାଉଥିବା ସେ ପ୍ରକାଶ କରିଛନ୍ତି ।ଅନେକ ଗ୍ରାମକୁ ବିଦ୍ୟୁତକରଣ କରାଯାଇଛି ଓ ବାକି ରହିଥିବା ଗ୍ରାମଗୁଡିକରେ ବିଦ୍ୟୁତକରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଲୋକମାନଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରଦାନ କରାଯିବା ସହ ଆବାସ ଗୃହ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାପାଳଙ୍କ ତତ୍ୱବଧାନରେ କୋଟିଆ ଗ୍ରାମପୁଞରେ ବିକାଶର ଧାରା ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।ସ୍ୱାସ୍ଥ୍ୟ ସେବା ନିମନ୍ତେ କୋଟିଆରେ ଏକ ନୂତନ ଡାକ୍ତରଖାନା  କରାଯାଇଛି  ଓ ଯୋଗାଯୋଗର ସୁବିଧା କରାଯାଇଥିବା ସେ ସୂଚନା ଦେଇଛନ୍ତି ।କୋଟିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଓ ଗ୍ରାମବାସୀଙ୍କ ସହ ସେ  ଆଲୋଚନା କରିଥିଲେ ।ଜୀବନଜୀବିକା କାର୍ଯ୍ୟକ୍ରମ ସଂପର୍କରେ କୋରାପୁଟ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନଙ୍କୁ  ସେ ପଚାରିଥିଲେ ।ଘର ଅଗଣାରେ କୁକୁଡାପାଳନ ଓ ଗ୍ରାମର ଯୁବକ ସଂଘଗୁଡିକୁ ଭଲିବଲ କିଟ ପ୍ରଦାନ କରାଯାଇଥିବା ଶ୍ରୀ ସୋରେନ ସୂଚନା ଦେଇଥିଲେ ।ପ୍ରମୁଖ ଶାସନ ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ,ଆଇଏଏସ ପ୍ରୋବେସେନାରୀ ଭେଦଭୂଷଣ ,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,କୋରାପୁଟ ଆଇଟିଡିଏ ପିଏ କାରୁ ସୋରେନ ,କୋରାପୁଟ ଆଇଟିଡିଏର ଜିଲ୍ଲା ସଂଯୋଜକ କାଶୀ ପ୍ରସାଦ ନାୟକ,ପଟ୍ଟାଙ୍ଗୀ ଏବିଡିଓ କୃଷ୍ଣଚନ୍ଦ୍ର ବିଶ୍ୱାସରାୟ,ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୟ କେସପେଟା ,ଏପିଓ ସୈାମେନ୍ଦ୍ର ନାୟକ,ତହସିଲଦାର ହରିପଦ ମଣ୍ଡଳ , ସୁପରଭାଇଜର ଗୋଲକ ବିହାରୀ ପରିଡା ,ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ କୁମାର ଦାସ ,ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି , ଏସସିଓବି.ପ୍ରାର୍ଥ ସାରଥି ,ପିଓ ମଂଜୁଲତା ପଟନାୟକ,ଡିଓ ଶୁଭମ ପାତ୍ର ,ସମାଜସେବୀ ରଂଜିତ ପାଙ୍ଗୀ ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଏବଂ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.