Home ଜିଲ୍ଲା ପରିକ୍ରମା ବିଜେଡ଼ିର ରକ୍ତଦାନ ଶିବିର ଏବଂ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ

ବିଜେଡ଼ିର ରକ୍ତଦାନ ଶିବିର ଏବଂ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ

26

ପୁରୀ ୧୮-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଦିନ ଅବସରରେ ତାଙ୍କର ଦୀର୍ଘାୟୁ କାମନା କରଯାଇଛି ମହାପ୍ରଭୁ ଶ୍ରୀଜଗନ୍ନଥଙ୍କ ନିକଟରେ। ପୁରୀରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ କରାଯାଇଛି। ବିଜୁ ଯୁବ ଜନତା ଦଳର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ବିଜେଡିର ବହୁ ନେତା ଓ କର୍ମୀ ଶ୍ରୀମନ୍ଦିର ସମ୍ମୁଖରେ ଏକାଠି ହୋଇ ନବୀନଙ୍କ ଦୀର୍ଘାୟୁ କାମନା କରି ଦୀପ ଦାନ କରିଥିଲେ। ପରେ ୟୁଥ୍ ହଷ୍ଟେଲ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ସହ ସହ ବିଜେଡ଼ି କର୍ମୀ, ନେତା, ବିଭିନ୍ନ ସ୍ବେଛାସବୀ ରକ୍ତ ଦାନ କରିଥିଲେ। ପରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଲୋକଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଦଳର କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଥାନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ଅବସରରେ ଲୋକଙ୍କ ଓ ସମାଜର ସେବା ପାଇଁ ରକ୍ତ ଦାନ ଶିବିର ଓ ବୃକ୍ଷ ରୋପଣ କରାଯାଇ ଥିବା ବିଜୁ ଯୁବ ଜନତା ଦଳ ର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.