Home ଜିଲ୍ଲା ପରିକ୍ରମା ବିଜେପିରେ ମିଶିଲେ ଅନ୍ୟଦଳର କର୍ମୀ

ବିଜେପିରେ ମିଶିଲେ ଅନ୍ୟଦଳର କର୍ମୀ

53

ବାହାନଗା,୭ା୩ : (ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବିଷ୍ଣୁପୁର ପଞ୍ଚାୟତରେ ବହୁ ଅନ୍ୟଦଳର କର୍ମୀ ବିଜେପିରେ ଯୋଗ ଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇ ଥିବାର ଜଣାପଡ଼ିଛି । ଏହି ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ଯଦୁନ କୁମାର ପାଣିଗ୍ରାହୀ ଓ ୱାର୍ଡ଼ ସଭ୍ୟ ମହେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ସାମିଲ ହୋଇ ଥିବାର ଜଣାପଡ଼ିଛି । ସେମାନଙ୍କୁ ସୋର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ରାକେଶ କୁମାରେ ମଲ୍ଲିକ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରାଇଥିଲେ । ଏଥିରେ ବହୁ ବିଜେଡ଼ି ଓ କଂଗ୍ରେସ କର୍ମୀ ସାମିଲ ହୋଇ ଥିବାର ଜଣାପଡ଼ିଛି । କାର୍ଯ୍ୟକ୍ରରେ ବହୁ ବିଜେପି କର୍ମୀ ଉପସ୍‌ତିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.