Home ଜିଲ୍ଲା ପରିକ୍ରମା ବିଜେଡି ପକ୍ଷରୁ ମାସ୍କ ବିତରଣ ଓ କୋଭିଡ ସଚେତନତା ସୃଷ୍ଟି

ବିଜେଡି ପକ୍ଷରୁ ମାସ୍କ ବିତରଣ ଓ କୋଭିଡ ସଚେତନତା ସୃଷ୍ଟି

25

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଯୁବ ନେତା ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଓ ଯୁବ ନେତା ଉତ୍କଳ କେଶରୀ ମହାନ୍ତି ରଣଜିତ ପଞ୍ଚାୟତର ନିଳାଦ୍ରୀ ଗ୍ରାମ ଏକ ନଂ ୱାର୍ଡରେ ଗୁରୁବାର ମାସ୍କ ବିତରଣ କରିବା ସହ କୋଭିଡ ସୁରକ୍ଷା ସଚେତନତା ସୃଷ୍ଟି କରିଥିଲେ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳର ସ୍ଥାନୀୟ ବ୍ଲକ ଶାଖା ପକ୍ଷରୁ ବିଧାୟକଙ୍କ ସମ୍ମତି କ୍ରମେ ପ୍ରାୟ ଦୁଇଶହ ପୁରୁଷ, ମହିଳା, ପିଲାମାନଙ୍କୁ ମାସ୍କ ବିତରଣ କରାଯିବା ସହ ନୀୟମିତ ହାତଧୋଇବା, ସର୍ବନିମ୍ନ ସାମାଜିକ ଦୂରତା ବଜାୟ ରଖିବା ସହ ଯଥା ସମ୍ଭବ ଘର ଭିତରେ ରହିବା ଦ୍ୱାରା କରୋନାକୁ ପରାଜିତ କରାଯାଇ ପାରିବ ବୋଲି ବୁଝାଇଥିଲେ । ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ସୁରକ୍ଷା ପାଇଁ ଏହି ସବୁ ବ୍ୟବସ୍ଥାକୁ ପାଳନ କରିବାକୁ ପ୍ରତ୍ୟେକ ମାସ୍କ ବ୍ୟବହାର କରିବେ ବୋଲି ଯୁବନେତାମାନେ ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହେମନ୍ତ ଜେନା, ସୁଶାନ୍ତ କୁମାର ମଲ୍ଲିକ, ଦଳର ପଞ୍ଚାୟତ ସଭାପତି ହରେକୃଷ୍ଣ ଦାସ, ୱାର୍ଡ ସଦସ୍ୟା ଗିତାରାଣୀ ମଳିକ, ବିଜୟ ସ୍ୱାଇଁ, ଦିଲ୍ଲିପ କୁମାର ରାଉତ, କିର୍ତ୍ତନ ମଳିକ, ତ୍ରିନାଥ ମଳିକ, ଅଲେଖ ମଳିକ, ମନୋଜ ମଳିକ ପ୍ରମୁଖ ଦଳୀୟ କର୍ମୀମାନେ ମାସ୍କ ବିତରଣ ଓ କୋଭିଡ ସଚେନତା ସୃଷ୍ଟିରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.