Home ଜିଲ୍ଲା ପରିକ୍ରମା ପୂର୍ବତନ ରାଷ୍ଟ୍ରପତି ଙ୍କ ଜନ୍ମ ଜୟନ୍ତୀ ପାଳିତ

ପୂର୍ବତନ ରାଷ୍ଟ୍ରପତି ଙ୍କ ଜନ୍ମ ଜୟନ୍ତୀ ପାଳିତ

22

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଜନନାୟକ, ବୈଜ୍ଞାନିକ, ମିଶାଇଲ୍ ମ୍ୟାନ୍‌, ଭାରତରତ୍ନ ଡ଼ଃ. ଏପିଜେ ଅବଦୁଲ କାଲାମଙ୍କ ଜନ୍ମ ଜୟନ୍ତୀରେ ଆଜି ପାଳିତ ହୋଇଯାଇଛି । ଧାମନଗର ବିଜ୍ଞାପିତ ଅଞ୍ଚଳର ଥିବା ଡ଼ଃ. କାଲାମଙ୍କ ପୁର୍ଣ୍ଣାୟବ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପରିଷଦର ଉପଦେଷ୍ଠା ସାମ୍ବାଦିକ ଅନିଲ କୁମାର ବାରିକ ସଭାପତିତ୍ୱ କରିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ମଲ୍ଲିକ ଏହି ସଭାକୁ ସଂଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଶଚିକାନ୍ତ ପଣ୍ଡା, ସଦସ୍ୟ କୈଳାଶ ଗୁପ୍ତା, ଗୋଲାମ ଜିଲାନି ହବିବି, କମଳାକାନ୍ତ ତ୍ରିପାଠୀ, ମହେଶ୍ୱର ସ୍ୱାଇଁ, ବିଜେଡ଼ି ନଗର ସଭାପତି ସୁଶାନ୍ତ କୁମାର ରାଉତ, ସମ୍ପାଦକ କୃଷ୍ଣଚନ୍ଦ୍ର ଜେନା, ସଂଖ୍ୟାଲଘୁ ନଗର ସଭାପତି ସେକ୍ ଜାଫର ଅଲ୍ଲୀ, ବିଜୟ କୁମାର ବେହେରା, ଏମ୍‌ଡ଼ି ଫକିରୁଦ୍ଦିନ୍‌, ସୁଧାକର ଦାଶ, ପ୍ରଦୀପ କୁମାର ମହାପାତ୍ର, ସରୋଜ କୁମାର ସେଠୀ, ରଜତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । କୋଭିଡ଼- ୧୯ ନିୟମ ପାଳନ ପୂର୍ବକ ସାମାଜିକ ଦୂରତ୍ୱ ଅବଲମ୍ବନ ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ୟମ ଫଳରେ ଉକ୍ତ ସ୍ଥାନରେ ଏହି କାଲାମଙ୍କ ପ୍ରତିମୁର୍ତ୍ତି ସ୍ଥାପନ ହୋଇପାରିଥିବାରୁ ଏହି ବୈଠକରେ ଶ୍ରୀ ମଣ୍ଡଳଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.