Home ଓଡ଼ିଶା ବିଜେଡି ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯକ୍ରମରେ ରକ୍ତଦାନ ଶିବିର,୨୨ ୟୁନିଟ ରକ୍ତ ସଂଗ୍ରହ

ବିଜେଡି ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯକ୍ରମରେ ରକ୍ତଦାନ ଶିବିର,୨୨ ୟୁନିଟ ରକ୍ତ ସଂଗ୍ରହ

77

ମାଲକାନଗିରି,୨୯ ।୬ (ଓଡିଆ ପୁଅ) କରୋନା କାଳରେ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ପୁରଣ କରିବା ନିମନ୍ତେ ମାଲକାନଗିରି ଜିଲ୍ଲା ବିଜେଡି ଦଳ ଓଡିଶା ମୋପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରକ୍ତଦାନ ଶିବିର ହୋଇଛି । କାଲିମେଳା ବ୍ଲକସ୍ଥ ବେଜାଙ୍ଗାଓ୍ୟାର୍ଡା ପଚାଂୟତ ଏମପିଭି୨୧ ଗ୍ରାମରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମିଙ୍କ ନେତୃତ୍ୱରେ ଏହି ଶିବିର ଅନୁଷ୍ଟିତ ହୋଇଯାଇଛି । ରକ୍ତଦାନ ଶିବିର ସହିତ ପୁବ ର୍ତନ ମନ୍ତ୍ରୀ ତଥା ସାଂଗଠାନିକ ସଂପାଦକ ଯଜପୁର ବିଧାୟକ ବିଜେଡି ବରିଷ୍ଟ ନେତା ପ୍ରଣବପ୍ରକାଶ ଦାସ(ବବି)ଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଟ ବିଜେଡି ନେତା ଗୋପାଳପଣ୍ଡା,ଶଙ୍କର ସାହା,ଦାଶରଥି ବେହେରା, ପ୍ରଫୁଲ ପଣ୍ଡା,ଜଗବନ୍ଧୁ ପଡିଆରୀ,କାମେଶ୍ୱର ରାଓ,ସବ ର୍କୁମାର ବିଷୋୟୀ,ଭାସ୍କର ରାଓ,କାମେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ, କାଲିମେଳା ବିଜେଡି ଦଳର ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ,ଭେଙ୍କଟ ରାଓ,ସୁବ୍ରତ ସିଲ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ରକ୍ତଦାନ ଶିବିରରେ ୨୨ ୟୁନିଟ ରକ୍ତ ସଂଗ୍ର ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.