Home ଜିଲ୍ଲା ପରିକ୍ରମା ବିଆଇଇଟି ଆନ୍ଦୋଳନରତ କର୍ମଚାରୀଙ୍କ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଫସର ଫାଟିଲା

ବିଆଇଇଟି ଆନ୍ଦୋଳନରତ କର୍ମଚାରୀଙ୍କ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଫସର ଫାଟିଲା

10

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରପଦା ଇଂଜିନିୟରିଂ କଲେଜର ଦୁର୍ନୀତି ପ୍ରସଙ୍ଗରେ ଆଜି ଉକ୍ତ କଲେଜର ଆନ୍ଦୋଳନରତ କର୍ମଚାରୀମାନଙ୍କ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଆଜି ଫସର ଫାଟିଛି । ଏଠାରେ ସୂଚନାଯୋଗ୍ୟ ବରପଦା ଇଂଜିନିୟରିଂ କଲେଜ ଦୁର୍ନୀତିରେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ରଙ୍କୁ ଇଡିର ଜେରା ପରେ ଆନ୍ଦୋଳନରତ କର୍ମଚାରୀମାନେ ପୁରୁଣା ସୋସାଇଟିକୁ ଭଙ୍ଗ କରି ନୂତନ ସୋସାଇଟି ଗଠନ କରିବା ପାଇଁ ଦାବି କରିଥିଲେ । ତେବେ ଜିଲାପାଳ ଓ ଉପରିସ୍ଥ ଅଧିକାରୀମାନଙ୍କ ଠାରୁ କୌଣସି ସକରାତ୍ମକ ସୁଫଳ ନପାଇବାରୁ କର୍ମଚାରୀମାନେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦର ଡାକରା ଦେଇଥିଲେ । ମାତ୍ର ଆଜି ତାହା ଭଦ୍ରକରେ କୌଣସି ପ୍ରଭାବ ପକାଇପାରିନଥିଲା । ପ୍ରତିଦିନ ଭଳି ସମସ୍ତ ଘରୋଇ ବସ, ଟ୍ରେକର, ଟେମ୍ପୋ ଚଳାଚଳ କରୁଥିବାବେଳେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଶିକ୍ଷାନୁଷ୍ଠାନ ଗୁଡିକ ସ୍ୱାଭାବିକ ଭାବେ ଚାଲିଥିଲା । ସମସ୍ତ ଦୋକାନ ବଜାର ମଧ୍ୟ ଖୋଲା ରହିଥିଲା । ତେବେ କୌଣସି ବନ୍ଦ ଡାକରା ଉପରେ ଅଦାଲତଙ୍କର କଡା ଅଂକୁଶ ଯୋଗୁଁ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ୍ ବାହିନୀ ବନ୍ତଛକ ଠାରେ ସଜାଗ ରହିଥିବାବେଳେ ଆନ୍ଦୋଳନରତ କର୍ମଚାରୀଙ୍କ ପକ୍ଷରୁ ପିକେଟିଂ ଆରମ୍ଭ ହୋଇଥିଲା । ମାତ୍ର ଜିଲା ପୁଲିସ୍ ପ୍ରଶାସନର ହସ୍ତକ୍ଷେପରେ ସେମାନେ ସେଥିରୁ ଓହରିଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ଜାଣିଶୁଣି ବିଜେଡି ସରକାରଙ୍କ ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କର ଏହି ଆନ୍ଦୋଳନକୁ ଭଣ୍ଡୁର କରିଥିବା ନେଇ କର୍ମଚାରୀମାନେ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.