Home ଜିଲ୍ଲା ପରିକ୍ରମା ବାସୁଦେବପୁରରେ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଅତ୍ୟାଚାର ଓ ମାନସିକ ଯନ୍ତ୍ରଣା ଅଭିଯୋଗ

ବାସୁଦେବପୁରରେ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଅତ୍ୟାଚାର ଓ ମାନସିକ ଯନ୍ତ୍ରଣା ଅଭିଯୋଗ

64

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ତ ଅଢୁଆଁ ଗ୍ରାମପଞ୍ଚାୟତର ଜଣେ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଅଭିଯୋଗ ଆଣିଛନ୍ତି ସେହି ଗ୍ରାମର ଜଣେ ମହିଳା । ପ୍ରାପ୍ତ ଖବର ଅନୁସାରେ ସୁଲୋଚନା ମଳିକ ନାମକ ଜଣେ ମହିଳା ଗରିବ ଥାଇ ୩ଟି ସନ୍ତାନର ଜନନୀ ଅଟନ୍ତି । ସେ ସ୍ଥାନୀୟ ବାସୁଦେବପୁର ଥାନାରେ କରିଥିବା ଅଭିଯୋଗ ମୂଳେ ଅଡୁଆଁ ନୋଡାଲ ସ୍କୁଲର ଶିକ୍ଷୟିତ୍ରୀ ପ୍ରଭାତୀ ମହାପାତ୍ର ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କର କନ୍ୟାଙ୍କୁ ନେଇ ପାଖରେ ରଖିଥିଲେ । ଭଲ ପାଠ ପଢାଇ ତାଙ୍କ କନ୍ୟାକୁ ଭଲ କ୍ୟାରିୟର କରାଇବାର ସ୍ୱପ୍ନ ଦେଖାଇ ପାଠ ପଢାଇବା ବଦଳରେ ନାନା ପ୍ରକାର ଅତ୍ୟାଚାର କରିଥିଲେ । ଫଳରେ ତାଙ୍କ କନ୍ୟା ଜଣକ ଅତ୍ୟାଚାର ସହିନପାରି ଘରକୁ ଲୁଚି ପଳାଇଆସିଥିଲେ । ଏଥିନେଇ ବାସୁଦେବପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.