Home ଜିଲ୍ଲା ପରିକ୍ରମା ବାସୁଦେବପୁରରେ ରକ୍ତଦାନ ଶିବିର ଅନୁଷ୍ଠିତ ; ୪୧ ୟୁନିଟ୍ ରକ୍ତ ସଂଗ୍ରହ

ବାସୁଦେବପୁରରେ ରକ୍ତଦାନ ଶିବିର ଅନୁଷ୍ଠିତ ; ୪୧ ୟୁନିଟ୍ ରକ୍ତ ସଂଗ୍ରହ

31

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦୁଝର ଆନନ୍ଦପୁରର ସମାଜ ସେବା ସଂଗଠନ ‘ସାମାଜିକ ସହାୟତା ଗୋଷ୍ଠୀ’ ଓ ଭଦ୍ରକର ଓଜିଏସ୍ ମେମ୍ବରମାନଙ୍କ ଆନୁକୂଲ୍ୟରେ ବାସୁଦେବପୁର ବ୍ଲକ୍ ପଦ୍ମପୁର ଗାୟତ୍ରୀମାତା ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଅଧ୍ୟକ୍ଷ ମାନସ କୁମାର ବାରିକ ଏବଂ ସଭାପତି ଶ୍ୱେତା ରାଉଳ, ସଂପାଦକ ତପନ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ସଂଗଠନର ସଦସ୍ୟ ଓ ସଦସ୍ୟମାନଙ୍କୁ ନେଇ କରୋନାର ସମସ୍ତ ନିୟମ ପାଳନ କରି ରକ୍ତଦାନ ଶିବିରଟି ସୂଚାରୁ ରୂପେ ସଂପାଦନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ଗାୟତ୍ରୀମାତା ସଂସ୍କୃତ ମହାବିଦ୍ୟଳୟ ପରିଚାଳନା କମିଟିର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟାପକ ବାବାଜୀ ଚରଣ ସାମଲଙ୍କ କରକମଳରେ ଉଦ୍‌ଘାଟନ କରାଯାଇଥିଲା । ଏବଂ ସମ୍ମାନିତ ଅତିଥି ଭାବେ ଗାୟତ୍ରୀ ମାତା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ କୁଶଦେବ ମଲିକ, ପଦ୍ମପୁର ପଂଚାୟତର ସରପଞ୍ଚଙ୍କ ପ୍ରତିନିଧି ପୃଥିରାଜ ବିଶ୍ୱାଳ, ଫ୍ରେଣ୍ଡସ୍ ଗ୍ରୁପ୍‌ର ସଭାପତି ରଶ୍ମିରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ଓ ରକ୍ତଦାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଶା ବ୍ଲକ୍ ବ୍ୟାଙ୍କର ଚିକିତ୍ସା ଅଧିକାରୀ ଡାକ୍ତର ଶରତ କୁମାର ଆଚାର୍ଯ୍ୟ ଏବଂ ରତିକାନ୍ତ ବଳ, ରବିନ୍ଦ୍ର କୁମାର ଜେନା, ରଘୁନାଥ ପଣ୍ଡା ଓ ପ୍ରକାଶ ଉପସ୍ଥିତ ରହିଥିଲେ । ଏହି ଶିବିରରେ ଏହି ଅଂଚଳର ବହୁ ଆଗ୍ରହୀ ରକ୍ତଦାତା ଯୁବକଭାଇମାନେ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ । ଏଥି ସଂଗେ ସଂଗେ ତିହିଡି ଅଂଚଳର ଅଗ୍ରଣୀ ସାମାଜିକ ସଂଗଠନ ବିପଦବନ୍ଧୁ ସେବା ସଂଗଠନର ସଦସ୍ୟମାନେ ଏହି ଶିବିରରେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ଏହି ରକ୍ତଦାନ ଶିବିରରେ ୪୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଜୀବନ ଜ୍ୟୋତି, ଓଡ଼ିଶାର ରକ୍ତଦାତା ପ୍ରବର୍ତ୍ତକ ଏବଂ ସମ୍ଭବ ଫାଉଣ୍ଡେସନର ଆବାହକ ସତ୍ୟବାନ ନାୟକ । ସଂଗଠନର ସଦସ୍ୟ ରାକେଶ ବିଶ୍ୱାଳ, ଦେବାଶିଷ ଦାସ, ପବନ କୁମାର ଦାସ, ମାନସ କୁମାର ଦାସ, ତାପସ କୁମାର ବାରିକ, ସିପନ କୁମାର ବାରିକ, ଦୀପନ କୁମାର ବାରିକ ଏବଂ ତିହିଡି ଅଂଚଳର ଦୁଇ ଅଗ୍ରଣୀ ସାମାଜିକ ସଂଗଠନ ବିପଦବନ୍ଧୁ ସେବା ସଂଗଠନର ସଂପାଦକ ଅଲେଖ ଚନ୍ଦ୍ର ଜେନା ଏବଂ ଯୁବ ସମାଜସେବୀ ତଥା କାନ୍ତକବି ସେବା ସଂଗଠନର ଆବାହକ ରଂଜନ କୁମାର ଶୁଳ୍କ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.