Home ଜିଲ୍ଲା ପରିକ୍ରମା ଡ. ପ୍ରସନ୍ନ ବିଶ୍ୱାଳ ଥିଲେ ଉଦାରତାର ଉଦାହରଣ, ଦିବଂଗତ ଅଧ୍ୟକ୍ଷଙ୍କ ପ୍ରତିମୂର୍ତ୍ତି ଅନାବରଣ

ଡ. ପ୍ରସନ୍ନ ବିଶ୍ୱାଳ ଥିଲେ ଉଦାରତାର ଉଦାହରଣ, ଦିବଂଗତ ଅଧ୍ୟକ୍ଷଙ୍କ ପ୍ରତିମୂର୍ତ୍ତି ଅନାବରଣ

23

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ ପ୍ରସନ୍ନ ବିଶ୍ୱାଳ ଯେ ଜଣେ ପ୍ରାଧ୍ୟାପକ କିମ୍ବା ଛାତ୍ର ବତ୍ସଳ ଥିଲେ ତା’ ନୁହେଁ । ସେ ଜଣେ ହୃଦୟବାନ ଉଦାର ମଣିଷ ଭାବେ ନିଜ ସହକର୍ମୀଙ୍କ ମଧ୍ୟରେ ପ୍ରିୟ ହୋଇଥିଲେ । ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ ସମୟରେ ସେ ନଜର ଉଦାରପଣକୁ ପ୍ରତିପାଦନ କରି ସମସ୍ତ କ୍ଷେତ୍ରରେ ସବୁ ପ୍ରକାରର ପରିସ୍ଥିତିକୁ ସେ ଅତି ସହଜ ଭାବରେ ତୁଲାଇ ପାରିବା ଥିଲା ତାଙ୍କର ଏକ ଅନନ୍ୟ ଗୁଣ । ସେମିତି ଜଣେ ମଣିଷ ଏଭଳି ସମାଜରେ ବିରଳ ବୋଲି ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ସ୍ମୃତିଚାରଣ କରି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଭଦ୍ରକ ସ୍ୱାୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଇତିହାସ ବିଭାଗର ପ୍ରାଧ୍ୟାପକ ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କ ଆହାରପଦା ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇ ଯାଇଛି । ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ଅନାବରଣ ହୋଇଥିଲା । ତାଙ୍କର ଅଗ୍ରଜ ପ୍ରତିମ ଶିକ୍ଷାବିତ୍ ଦିବାକର ବେହେରା ପ୍ରତିମୂର୍ତ୍ତି ଅନାବରଣ କରିଥିବା ବେଳେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୁଦ୍ରିତ ସ୍ମରଣିକା ‘ସଜଳ ସ୍ମୃତିରେ ତୁମେ’କୁ ତାଙ୍କର ଦାଦା ମଣିଭଦ୍ର ବିଶ୍ୱାଳ ଉନ୍ମୋଚନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଦେବାଶିଷ ନାୟକ, ପ୍ରୀତିଶ ନାୟକ, ଅନିରୁଦ୍ଧ ସ୍ୱାଇଁ, ଦିଲିପ ସ୍ୱାଇଁ, ରେବତୀ ବିଶ୍ୱାଳ, ମଞ୍ଜୁଲତା ବେହେରା, ଅଧ୍ୟାପିକା ନମ୍ରତା ବିଶ୍ୱାଳ, ଡ. ଉତ୍ପଳା ନାୟକ, ପ୍ରିୟଙ୍କା ମଲ୍ଲିକ, ଅଙ୍କିତା ସ୍ୱାଇଁ, ଅଧ୍ୟାପକ ଡ. ଅଭୟ କୁମାର ଦାସ, କବି ପ୍ରଦୀପ୍ତ ମହାନ୍ତି ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଡ. ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ । କୋଭିଡ଼ କଟକଣା ନିୟମାନୁଯାୟୀ ଅତିଥିମାନେ ସାମାଜିକ ଦୂରତା ରକ୍ଷା କରିଥିଲେ ଏବଂ ସମସ୍ତ ଆଗନ୍ତୁକଙ୍କୁ ମାସ୍କ ଓ ସାନିଟାଇଜର ତାଙ୍କ ପରିବାର ପକ୍ଷରୁ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.