Home ଜିଲ୍ଲା ପରିକ୍ରମା ‘ବାଲେଶ୍ୱର କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ର କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚନ

‘ବାଲେଶ୍ୱର କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ର କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚନ

41

ବାଲେଶ୍ୱର, ୨୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍କଳ କେମିଷ୍ଟ୍ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ଜଲା ଶାଖା ‘ବାଲେଶ୍ୱର କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ର କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚନ କାଳୀଦାସପୁରସ୍ଥିତ ସଂଗଠନ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଟାଉନ୍ ଜୋନ ଓ ସହଦେବଖୁଣ୍ଟା ଜୋନ୍ ପାଇଁ ଏହି ନିର୍ବାଚନ ହୋଇଥିଲା। ଟାଉନ ଜୋନର ୬ କାର୍ଯ୍ୟକାରିଣୀ ସଦସ୍ୟ ପଦବୀରେ ୧୦ଜଣ ଓ ସହଦେବଖୁଣ୍ଟା ଜୋନର ୪ କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ୭ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଟାଉନ୍ ଜୋନରେ ମୋଟ ୨୧୬ ଜଣ ଓ ସହଦେବଖୁଣ୍ଟା ଜୋନରେ ୧୦୯ ଜଣ ଆଜୀବନ ସଦସ୍ୟ ଏଥିରେ ମତଦାନ କରିଥିଲେ। ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇ ୨ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ତତ୍ତ୍ୱାବଧାନ ଓ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ସରକାରଙ୍କ ସମସ୍ତ କୋଭିଡ୍ ନିୟମ ପାଳନ ପୂର୍ବକ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ନିର୍ବାଚନ ଅଧିକାରୀ ଭାବେ ସନ୍ଦୀପ ସାମନ୍ତରାୟ, ସୁଦୀପ ଚକ୍ରବର୍ତ୍ତୀ ଓ ଶେଖ୍ ଅକ୍ତାର ଅଲ୍ଲି ଦାୟିତ୍ୱ ତୁଲାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲା ପୁଲିସର ବହୁ କର୍ମଚାରୀ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା। ଅପରାହ୍ନରେ ଗଣତି ଶେଷ ସହ ନବନିର୍ବାଚିତ ୧୨ ଜଣ ସଦସ୍ୟଙ୍କୁ ସଂଗଠନ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା। ଜିଲାର ପ୍ରତ୍ୟେକ ଥାନା ଅଞ୍ଚଳକୁ ଗୋଟିଏ ଗୋଟିଏ ଜୋନରେ ବିଭକ୍ତ କରାଯାଇଥିବା ବେଳେ ସମସ୍ତ ଜୋନ୍‌ରେ ଏହିଭଳି କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚିତ ହୋଇସାରିବା ପରେ ରାଜ୍ୟ କମିଟି ନିର୍ଦ୍ଦେଶ ମୁତାବକ ସଭାପତି ଓ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଆୟୋଜନ କରାଯିବ ବୋଲି ସଂଘର ବରିଷ୍ଟ ସଦସ୍ୟମାନେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.