Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ସାମୁଦ୍ରିକ ଜୈବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବି

ବାଲେଶ୍ୱରରେ ସାମୁଦ୍ରିକ ଜୈବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବି

19

ବାଲେଶ୍ୱର, ୯ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରରେ ଏକ ସାମୁଦ୍ରିକ ଜୈବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବିରେ ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ପକ୍ଷରୁ ମଙ୍ଗଳବାର ଦିନ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ‘ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ଓ ଜୈବ ସୁରକ୍ଷା ମଞ୍ଚ’ର ସଭାପତି ଲକ୍ଷ୍ମୀଧର ବେହେରା ଓ ସାଧାରଣ ସଂପାଦକ ବରିଷ୍ଠ ଶିକ୍ଷାବିତ୍ ତଥା ଜୈବ ଗବେଷକ ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳଙ୍କ ସମେତ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ସାକ୍ଷାତ ସହ ବାଲେଶ୍ୱର ଜିଲାରେ ଥିବା ୮୪ କିଲୋମିଟର ବ୍ୟାପୀ ସମୁଦ୍ର ଉପକୂଳର ବିକାଶ ଓ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ଦିଗରେ ଆଲୋଚନା କରିଥିଲେ। ପ୍ରାୟ ୪୮୦ କି.ମି. ଦୈର୍ଘ୍ୟ ଓଡ଼ିଶା ଉପକୂଳରେ ବିଭିନ୍ନ ଜୈବ ବିବିଧତା ଦୃଷ୍ଟିରୁ ବାଲେଶ୍ୱର ଏକମାତ୍ର ଉପଯୁକ୍ତ ସ୍ଥାନ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛିି। ଏ ସମ୍ପର୍କରେ ନୀଳରକ୍ତ କଙ୍କଡ଼ା ଉପରେ ଗବେଷଣା କରିଥିବା ଡ. ସିଦ୍ଧାର୍ଥ ପତି ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ଏଠାରେ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ପରେ ଉଚିତ ପଦକ୍ଷେପ ନେବେ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ। ତେବେ ବିଶେଷ କରି ବାଲେଶ୍ୱର ଜିଲା ସମୁଦ୍ର ଉପକୂଳରୁ ହେଉଥିବା ନୀଳରକ୍ତ କଙ୍କଡ଼ା ଓ ସମୁଦ୍ର ଶାମୁକା ଚୋରାଚାଲାଣର ରୋକିବା ଦିଗରେ ପ୍ରତିନିଧିମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖୁବଶୀଘ୍ର ଉକ୍ତ ଅଭିଯୋଗ ଉପରେ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିବା ସମ୍ପର୍କରେ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଏହି ଆଲୋଚନା ବେଳେଞ୍ଚମଞ୍ଚର ଉପ-ସଭାପତି ଗୌରାଙ୍ଗ ପାଣିଗ୍ରାହୀ, ଶିଳ୍ପୀ କେଶୁଦାସଙ୍କ ସମେତ ସୀତାରାମ ପ୍ରଧାନ, ଅନ୍ତର୍ଯ୍ୟାମୀ ପ୍ରଧାନ, ମନୋଜ ନାୟକ ଓ ଆୟୁବ୍ ଅଲ୍ଲୀ ଖାଁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.