Home ଜିଲ୍ଲା ପରିକ୍ରମା ଗୋଚର ଜମିକୁ ଶ୍ମଶାନ ଭାବେ ବ୍ୟବହାର ପାଇଁ ଗ୍ରାମବାସୀଙ୍କ ଗୁହାରୀ

ଗୋଚର ଜମିକୁ ଶ୍ମଶାନ ଭାବେ ବ୍ୟବହାର ପାଇଁ ଗ୍ରାମବାସୀଙ୍କ ଗୁହାରୀ

18

ବାଲେଶ୍ୱର, ୯ା୨(ଓଡ଼ିଆ ପୁଅ/ଅଭୟ ଦାସ): ହିଡ଼ିଗା ମୌଜା ସୀମାନ୍ତରେ ଥିବା ପର୍ଯ୍ୟାପ୍ତ ଗୋଚର ଜମିରୁ କିଛି ଅଂଶକୁ ଶ୍ମଶାନ ତଥା ଅନ୍ୟାନ୍ୟ ସାମୂହିକ କାର୍ଯ୍ୟକ୍ରମରେ ବ୍ୟବହାର ପାଇଁ ସହର ଉପକଣ୍ଠ ପାତ୍ରପଡ଼ା, ଡିଗିରିଅ, ଘିସୁଆଁ ଓ ତେନ୍ତୁଳିପୁରାବାସୀ ମଙ୍ଗଳବାର ଦିନ ଜିଲାପାଳଙ୍କଠାରେ ଗୁହାରୀ କରିଛନ୍ତି। ଏହି ୪ ମୌଜାରେ ଅଧିକ ସଂଖ୍ୟାରେ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ କେହି ଆତ୍ମୀୟଙ୍କ ମୃତ୍ୟୁରେ ସେମାନେ ଦୀର୍ଘବର୍ଷ ଧରି ହିଡ଼ିଗାଁ ମୌଜାର ଗୋଚର ଜମିରେ ଶବଦାହ କରିଥା’ନ୍ତି। ହିଡ଼ିଗାଁ ମୌଜାର ସରକାରୀ ଖାତା ନଂ ୧୭୫୩ର ୨୫୦ ନଂ ପ୍ଲଟରେ ଥିବା ୨ଏକର ୮୬ ଡିସିମିଲ ଜମିକୁ ୪ ମୌଜାର ଲୋକେ ଶ୍ମଶାନ ଭାବେ ବ୍ୟବହାର କରିଆସୁଛନ୍ତି। ଏଣୁ ଏହି ଜମିରେ ଅନ୍ୟ କୌଣସି ସରକାରୀ କୋଠା ନିର୍ମାଣ ନ କରି ଏଥିରୁ କିଛି ଜମି ପିଲାଙ୍କ ଖେଳ ପଡ଼ିଆ ଓ ୨୦ ଡିସିମିଲ ପରିମିତ ଜମିକୁ ସବୁଦିନ ପାଇଁ ଶ୍ମଶାନ ଭାବେ ବ୍ୟବହାରର ଅନୁମତି ଦେବାକୁ ଗ୍ରାମବାସୀମାନେ ଜିଲାପାଳଙ୍କୁ ଗୁହାରୀ କରିଥିଲେ। ଏନେଇ ସେମାନେ ଏକ ନିବେଦନ ପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ନିବେଦନପତ୍ର ପ୍ରଦାନ ବେଳେ ଭାସ୍କର ଚନ୍ଦ୍ର ସୋରେନ, ଉଦୟ ହେମ୍ବ୍ରମ, ସଦାଶିବ ମୁର୍ମୁ, ଶ୍ୟାମସୁନ୍ଦର ହେମ୍ବ୍ରମ, ସୁନାରାମ ସୋରେନ ପ୍ରମୁ୍‍ଖ ଉପସ୍ଥିତ ଥିଲେ। ତେବେ ଏବାବଦରେ କ୍ଷେତ୍ର ତଦନ୍ତ ପରେ ଉଚିତ ପଦକ୍ଷେପ ନେବେ ବୋଲି ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.