Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଶୁଭାରମ୍ଭ ସାମୂହିକ ଫାଇଲେରିଆ ଔଷଧ ସେବନ

ବାଲେଶ୍ୱରରେ ଶୁଭାରମ୍ଭ ସାମୂହିକ ଫାଇଲେରିଆ ଔଷଧ ସେବନ

34

ବାଲେଶ୍ୱର, ୧୦ା୨(ଓଡ଼ିଆ ପୁଅ/ଅଭୟ ଦାସ): ପୂର୍ବ ପ୍ରସ୍ତୁତି ଅନୁସାରେ ଜିଲାର ସାମୂହିକ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବୁଧବାର ଶୁଭାରମ୍ଭ ହୋଇଯାଇଛି। ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରଥମେ ‘ଡିଇସି’ଏବଂ ‘ଆଲବେଣ୍ଡାଜୋଲ’ର ଗୋଟିଏ ମାତ୍ରା ସେବନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲାର ସମସ୍ତ ପୌରାଞ୍ଚଳ ଏବଂ ବ୍ଲକରେ ଫେବୃଆରୀ ୧୯ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। କେବଳ ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଅତ୍ୟନ୍ତ ଅସୁସ୍ଥ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ସେବନ କରିବେ। ଫାଇଲେରିଆ ନିରାକରଣ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ହୋଇଥିବା ବେଳେ ଜିଲ୍ଲାବାସୀ ଏହି ଔଷଧ ନିଶ୍ଚିତ ସେବନ କରିବେ ବୋଲି ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଆଶା ପ୍ରକାଶ କରିଥିଲେ। ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ, ଡିଏମଓ ଡା. ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ଭିବିଡି) ଡା. ଶଶାଙ୍କ ଶେଖର ଚୌଧୁରୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ପରେଶ ଚନ୍ଦ୍ର ନନ୍ଦୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ଟିବି) ଡା. ରଞ୍ଜନ କୁମାର ନାୟକ, ଡା.ଅରୁନ ଶିବନ, ଡିପିଏମ ଅନୀଲ କୁମାର ମହାନ୍ତି, ଅତିରିକ୍ତ ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ରମଣୀକାନ୍ତ ଭଞ୍ଜ, ଜିଲା ବାହକ ବାହିତ ରୋଗ ପରାମର୍ଶଦାତା ଆଲୋକ କୁମାର ପତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଔଷଧ ସେବନ ସହ ଅନ୍ୟମାନଙ୍କୁ ଏହି ଔଷଧ ସେବନ ପାଇଁ ପରାମର୍ଶ ଦେଇଥିଲେ। ଏନେଇ ସାମୟିକ ଭାବେ ନିଯୁକ୍ତ ହୋଇଥିବା୫୧୮୦ଜଣ ଆଶା, ଅଙ୍ଗନୱାଡି ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି ସାମୂହିକ ଔଷଧ ସେବନ କାର୍ଯ୍ୟକୁ ସମ୍ପାଦନା କରିବେ। ଏହି ବଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଶରୀରରେ ଲୁଚି ରହିଥିବା ମାଇକ୍ରୋ ଫାଇଲେରିଆକୁ ମାରି ବାତଜ୍ୱର ଓ ଗୋଦର ହେବାକୁ ଦେଇ ନ ଥାଏ। ଜିଲ୍ଲାର ୨୧ଲକ୍ଷ ଲୋକଙ୍କୁ ଏହି ବଟିକା ସେବନ କରାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.