Home ଜିଲ୍ଲା ପରିକ୍ରମା ଭାରତୀୟ ପୂର୍ବତନ ସୈନିକ ସଂଘର କର୍ମକର୍ତ୍ତା ଚୟନ ୨୧ରେ

ଭାରତୀୟ ପୂର୍ବତନ ସୈନିକ ସଂଘର କର୍ମକର୍ତ୍ତା ଚୟନ ୨୧ରେ

16

ବାଲେଶ୍ୱର, ୧୦ା୨(ଓଡ଼ିଆ ପୁଅ/ଅଭୟ ଦାସ): ଭାରତୀୟ ପୂର୍ବତନ ସୈନିକ ସଂଘ ବାଲେଶ୍‍ତବର ଶାଖାର ଉପାଧ୍ୟକ୍ଷ ଅନନ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂପାଦକ ଆନନ୍ଦ ବରାଳ ସୈନିକ ବୈଠକର ଆଭିମୁଖ୍ୟ ଓ ସଂଗଠନର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରିଥିଲେ। ଅବସରପ୍ରାପ୍ତ ସୈନିକମାନଙ୍କୁ ଥଇଥାନ କରିବା ସଙ୍ଗେସଙ୍ଗେ ପେନସନ ଓ କ୍ୟାଌକ୍ଷଗ୍ଧ;ିନ ସୁବିଧା ପ୍ରଦାନ ସହ ଜିଲା ସୈନିକ ବୋର୍ଡ଼ ସମ୍ବନ୍ଧୀୟ ସମସ୍ୟା ସମାଧାନ କରିବା ସଂଗଠନର ଉଦ୍ଦେଶ୍ୟ ବୋଲି ସେ କହିଥିଲେ। କରୋନା ସମୟରେ ଗଲବାନ ଘାଟିରେ ଭାରତ-ଚୀନ ମୁହାଁମୁହିଁ ଯୁଦ୍ଧରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ସୈନ୍ୟମାନଙ୍କର ମନୋବଳ ବୃଦ୍ଧିପାଇଁ ସଂଘକାର୍ଯ୍ୟ ଜାରି ରଖିବା ଓ ପ୍ରଶାସନକୁ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ଏକ ଟିମ ଗଠନ କରାଯାଇଥିଲା। ସୈନିକ ବୋର୍ଡ଼ରେ ସେକ୍ରେଟାରୀ ନଥିବା ଯୋଗୁଁ ସୈନିକମାନେ ହଇରାଣ ହରକତ ହେଉଥିଲେ। ସଂଘ ଜିଲାପାଳଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ କରିଥିଲେ। କରୋନା କାଳରେ ସୈନିକ ବୋର୍ଡ଼ ବନ୍ଦ ରହିବା ଏବଂ ପରବର୍ତ୍ତୀ ସମୟରେ କିରାଣୀର ଅବସର ଯୋଗୁଁ ସୈନିକମାନେ ବହ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ମାତ୍ର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ବାଲେଶ୍ୱର ଜିଲାପାଳ ଏଠାରେ ଜଣେ କିରାଣୀ ଏବଂ ଜଣେ ଦକ୍ଷ ଅଫିସରଙ୍କୁ ସୈନିକ ବୋର୍ଡ଼ର କାର୍ଯ୍ୟଭାର ଦେଇଛନ୍ତି। ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୨୧ ତାରିଖରେ ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଛି। ଏହିଦିନ ପୂର୍ବାହ୍ନ ୧୦ଟାରେ ସମସ୍ତ ସଭ୍ୟ ଲିଗ ଅଫିସରେ ଉପସ୍ଥିତ ରହିବାକୁ ସଂଗଠନର କର୍ମକର୍ତ୍ତାମାନେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.