Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ପ୍ରେସ ଦିବସ

ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ପ୍ରେସ ଦିବସ

18

ବାଲେଶ୍ୱର, ୧୬ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ‘ଜାତୀୟ ପ୍ରେସ ଦିବସ-୨୦୨୦’କୋଭିଡ କଟକଣା ପାଇଁ “ୱେବିନାର” ଆୟୋଜନ ମାଧ୍ୟମରେ ଆଜି ପାଳିତ ହୋଇଯାଇଛି। ଭର୍ଚୁଆଲ ମୋଡରେ ଗଣମାଧ୍ୟମ ପ୍ରତିନିଧିମାନେ ଏହି ୱେବିନାରରେ ଅଂଶଗ୍ରହଣ କରିଥିବା ବେଳେ ସ୍ଥାନୀୟ ଓସୱାନ ହଲରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଡିଆରଡିଏ ଏପିଡି ନୀଲୁ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଚଳିତ ବର୍ଷର ବିଷୟ “କୋଭିଡ୍‌-୧୯ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଏବଂ ଗଣମାଧ୍ୟମ ଉପରେ ଏହାର ପ୍ରଭାବ” ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକଙ୍କ ସ୍ୱାଗତ ଅଭିଭାଷଣ ପ୍ରଦାନ ପରେ ଜିଲ୍ଲାରେ ସାମ୍ବାଦିକତା ବୃତ୍ତି ସହ ଜଡିତ ଥାଇ ପ୍ରାଣ ହରାଇଥିବା ବିଜୟଲକ୍ଷ୍ମୀ ମହାନ୍ତି, ସୋଲୋମାନ ସାହୁ, ରତ୍ନାକର ବେହେରା, ତାରିଣୀ ପାଢୀ ଓ ରାଧେଶ୍ୟାମ ଶର୍ମାଙ୍କ ସମେତ ରାଜ୍ୟ ତଥା ଦେଶର ଅନ୍ୟାନ୍ୟ ଦିବଙ୍ଗତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ନିଜ ବକ୍ତବ୍ୟରେ ଜିଲ୍ଲାରେ କୋଭିଡ ମୁକାବିଲା କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପାଦନକୁ ନେଇ ଭୂୟସୀ ପ୍ରଶଂସା କରିଥିଲେ। କୋଭିଡ-୧୯ ମହାମାରୀ ବିପଦ ଏବେ ଟଳି ନ ଥିବା ବେଳେ ଆଗକୁ ମଧ୍ୟ ସାମ୍ବାଦିକଙ୍କର ପ୍ରଶାସନ ପ୍ରତି ସହଯୋଗ ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଏବଂ ଏପିଡି ଶ୍ରୀ ମହାପାତ୍ର ଆଶାପ୍ରକଟ କରିଥିଲେ। ଏହି ୱେବିନାରରେ ଗଣମାଧ୍ୟମ ପ୍ରତିନିଧି ଶିବଦାସ କୁଣ୍ଡୁ, ବ୍ରହ୍ମାନନ୍ଦ ସ୍ୱାଇଁ, ଉବାଚକ ମହାନ୍ତି, ଅଭୟ ଦାସ, ରାଜକିଶୋର ବେହେରା, ଲୋକନାଥ ପିରି, ମନୋଜ ରାଉଳ, ସତ୍ୟବ୍ରତ ପ୍ରଧାନ ପ୍ରମୁଖ ଯୋଡ଼ିହୋଇ ନିଜ ନିଜ ବକ୍ତବ୍ୟ ରଖିବା ସହିତ କୋଭିଡ-୧୯ ମହାମାରୀ ସମୟରେ ଗଣମାଧ୍ୟମ କିଭଳି ନିଜ ଦାୟିତ୍ୱ ନିର୍ବାହ କରିଛି, ଗଣମାଧ୍ୟମ ଉପରେ ଏହାର କଣ ପ୍ରଭାବ ପଡିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏଥି ସହିତ ସମ୍ବାଦ ପାଇଁ ତଥ୍ୟ ପ୍ରଦାନରେ ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଧିକାରୀଙ୍କ ଅବହେଳା ସମ୍ପର୍କରେ ସାମ୍ବାଦିକମାନେ ଆରୋପ ଉଠାଇଥିଲେ। ଏ ଦିଗରେ ସମସ୍ତେ ପ୍ରଶାସନର ସହଯୋଗ ଆଶା କରିଥିଲେ। ସିଏମଜିଆଇ କୋ-ଅର୍ଡିନେଟର ଅପୂର୍ବ ରାୟ ୱେବିନାର ଆୟୋଜନ ପାଇଁ ବୈଷୟିକ ସହାୟତା ଯୋଗାଇ ଦେଇଥିବା ବେଳେ ସୂଚନା ଓ ଲୋକସଂପର୍କ ଅଧିକାରୀ ଦୀପକ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.