Home ଜିଲ୍ଲା ପରିକ୍ରମା ଜୁମ୍ ଆପ୍‌ରେ ଜାତୀୟ ପ୍ରେସ ଦିବସ

ଜୁମ୍ ଆପ୍‌ରେ ଜାତୀୟ ପ୍ରେସ ଦିବସ

30

ନୟାଗଡ଼, ୧୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ଜିଲା ପ୍ରଶାସନ ପକ୍ଷରୁ ଜୁମ୍ ଆପ୍ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ-ପ୍ରମୋଦ କୁମାର ନାୟକଙ୍କ ଦ୍ୱାରା ଆୟୋଜିତ ଏହି ଦିବସରେ ମୁଖ୍ୟଅତିଥିଭାବେ ଜିଲାପାଳ ଡ-ପୋମା ଟୁଡୁ ଯୋଗଦେଇ ଜାତୀୟ ପ୍ରେସ ଦିବସର ବିଭିନ୍ନ ଦିଗ ଓ କୋଭିଡ୍‌-୧୯ର ଭୟାବହତା ଓ ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ପ୍ରମୁଖ ଯୋଗଦେଇଥିଲାବେଳେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ପଟ୍ଟନାୟକ, ରାମକୃଷ୍ଣ ରଥ, ଗୋକୁଳ କୁମାର ଷଡ଼ଙ୍ଗୀ, ବିଭୂତି ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରି ସମ୍ବାଦ ଓ ସାମ୍ବାଦିକତା ଏବଂ ପ୍ରେସ ସ୍ୱାଧୀନତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.