Home ଓଡ଼ିଶା ବାରୁଣିଘାଟରେ ଗାଧୋଇବା ବେଳେ ଅଘଟଣ। ପାଣିରେ ବୁଡ଼ିଗଲେ ନୀଳିଗିରି ଅଞ୍ଚଳର ୩ ଯୁବକ

ବାରୁଣିଘାଟରେ ଗାଧୋଇବା ବେଳେ ଅଘଟଣ। ପାଣିରେ ବୁଡ଼ିଗଲେ ନୀଳିଗିରି ଅଞ୍ଚଳର ୩ ଯୁବକ

92

ବାଲେଶ୍ୱର, ୧୬ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ତ୍ରିବେଣୀ ବାରୁଣିଘାଟରେ ଗାଧୋଇବା ବେଳେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିବା ନୀଳଗିରି ଅଞ୍ଚଳର ୩ ଜଣ ଯୁବକଙ୍କ ମଧ୍ୟରୁ ଜଣକର ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇଜଣର ପତ୍ତା ମିଳିପାରିନାହିଁ। ନୀଳଗିରି ନର୍ସିଂପୁର ଅଞ୍ଚଳର ରଂଜନ କୁମାର ସଲ, ଗୋପାଳପୁରର ଜ୍ୟୋତିର୍ମୟ ଦାସ, କଦମ ସାହିର ପିଉଷ ପ୍ରିୟଦର୍ଶନ ନାୟକ ଓ ଅଙ୍କିତ୍ ପତି ଏବଂ ମିରିଗିଣିର ମୃତ୍ୟୁଞ୍ଜୟ ମିଶ୍ର ସାଙ୍ଗହୋଇ ରେମୁଣା ଅନ୍ତର୍ଗତ ସୋନ, ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ବାରୁଣି ଘାଟକୁ ଆଜି ବୁଲିଆସିଥିଲେ। ଏଠାରେ ବୁଲାବୁଲି କରିବା ସହ ସମସ୍ତେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବା ଫଳରେ ଗଣ୍ଡମଧ୍ୟକୁ ପିଉଷ, ଅଙ୍କିତ ଓ ମୃତ୍ୟୁଞ୍ଜୟ ଚାଲିଯାଇଥିଲେ। ନଦୀପାଣିର ଭଉଁରୀ ମଧ୍ୟରେ ନିମିଷକ ମଧ୍ୟରେ ସେମାନେ ନିଖୋଜ ହୋଇଯାଇଥିଲେ। ତେବେ ଖବର ପାଇ ସ୍ଥାନୀୟ ବାସିନ୍ଦାଙ୍କ ସମେତ ରେମୁଣା ଅଗ୍ନିଶମ ବିଭାଗ ଟିମ୍‌, ଏନଡିଆରଏଫ ଟିମ୍ ଓ ଓଡ୍ରାଫ ଟିମ୍ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଅଙ୍କିତଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ୩ ଟିମ ସଂଧ୍ୟା ପର୍ଯ୍ୟନ୍ତ ଖୋଜା ଯାଇଥିଲେ ବି ଅନ୍ୟ ବିଉଷ ଓ ମୃତ୍ୟୁଞ୍ଜୟଙ୍କର କୌଣସି ପତ୍ତା ମିଳିପାରି ନଥିଲା। ୩ ଯୁବକଙ୍କ ପରିବାର ଲୋକେ ବାରୁଣି ଘାଟରେ ପହଞ୍ଚି କନ୍ଦାକଟା କରୁଥିବା ବେଳେ କ୍ରନ୍ଦନ ରୋଳରେ ସେଠାରେ ଏକ ପ୍ରକାର ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ବାଲେଶ୍ୱର ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍କ ସମେତ ରେମୁଣା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। କେମିତି ୩ ଯୁବକ ନିଖୋଜ ହେଲେ ଜଣାପଡ଼ି ନଥିବା ବେଳେ ଦୁର୍ଘଟଣାର କାରଣକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ଉପ-ଜିଲ୍ଲାପାଳ ଶ୍ରୀ ପାଟିଲ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.