Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଏଆଇଟିୟସିର ଶତବାର୍ଷିକ ସମାରୋହ

ବାଲେଶ୍ୱରରେ ଏଆଇଟିୟସିର ଶତବାର୍ଷିକ ସମାରୋହ

28

ବାଲେଶ୍ୱର, ୩୦ା୧୦(ଓଡ଼ିଆ ପୁଅୟ/ଅଭୟ ଦାସ): ଦେଶର ପ୍ରଥମ ଶ୍ରମିକ ସଂଗଠନ ଏ-ଆଇ-ଟି-ୟୁ-ସି-ର ଶତବାର୍ଷିକ ସମାରୋହର ଉଦ୍‌ଯାପନ ଉତ୍ସବ ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନରେ ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କମିଟିର ଉପସଭାପତି ତଥା ପୂର୍ବତନ ବିଧାୟକ ସାଥୀ ନାରାୟଣ ରେଡ୍ଡି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧିମାନେ ଓ ଭ୍ରାତୃପ୍ରତିମ ସଂଗଠନର ନେତୃତ୍ୱ ସେମାନଙ୍କ ବକ୍ତବ୍ୟରେ ପରାଧୀନ ଭାରତରେ ପ୍ରତିଷ୍ଠିତ ଏ-ଆଇ-ଟି-ୟୁ-ସି-ସ୍ୱାଧୀନତା ସଂଗ୍ରାମରେ ଓ ଶ୍ରମିକଶ୍ରେଣୀର ଦାବିହାସଲରେ ଗୌରବମୟ ସଂଗ୍ରାମୀ ଇତିହାସର ସ୍ମୃତିଚାରଣ କରିଥିଲେ। ବର୍ତ୍ତମାନର କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମଜୀବୀମାନଙ୍କ ଅଧିକାରକୁ ଛଡ଼ାଇ ନେବାକୁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ସେଥିପାଇଁ ଆସନ୍ତା ୨୬ ତାରିଖ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ।ଏ-ଆଇ-ଟି-ୟୁ-ସି-ର ଚେୟାରମ୍ୟାନ୍ ପ୍ରଦୀପ୍ତ ପଣ୍ଡା, ଆଇ-ଏନ୍‌-ଟି-ୟୁ-ସି-ର ଯୁବ ସଭାପତି ବିକାଶ ଦାସ, ସି-ଆଇ-ଟି-ୟୁ-ର ଜିଲ୍ଲା ଆବାହକ ରାଜକିଶୋର ଲେଙ୍କା, ପ୍ରତିରକ୍ଷା କର୍ମଚାରୀ ସମନ୍ୱୟ ସମିତି ତରଫରୁ ରବିନାରାୟଣ ମିଶ୍ର ଓ ନିରଞ୍ଜନ ଦାସ, ଡାକକର୍ମଚାରୀ ନେତା ଗୋପାଳ ଚନ୍ଦ୍ର ପଢ଼ିଆରୀ, ଉଠାଜଳସେଚନର ମଧୁସୂଦନ ଜେନା, ଅଙ୍ଗନୱାଡ଼ି କର୍ମୀସଂଘର ନେତ୍ରୀ ଆରତୀ ଦାସ ମହାପାତ୍ର, ନିର୍ମାଣ ଶ୍ରମିକ ସଂଘର ଜିଲ୍ଲା ସଭାପତି ଅନାମ ପ୍ରସାଦ ବାରିକ, ବିଦ୍ୟୁତ୍ କର୍ମଚାରୀ ନେତା ଭରତ ଚନ୍ଦ୍ର ସେଠୀ, ଉତ୍କଳ ମହିଳା ସମିତିର ଜିଲ୍ଲା ସମ୍ପାଦିକା ବନ୍ଦନା ବିଶ୍ୱାସ, ଜିଲ୍ଲା କମିଟିର ଆଇନ ପରାମର୍ଶଦାତା ନିରଞ୍ଜନ ପରିଡ଼ା, ରାଜ୍ୟ ସଂପାଦକ ମାୟାଧର ନାୟକ ଓ ରିକ୍ସାଚାଳକ ସଂଘର ଉମାକାନ୍ତ ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ମାଲିକ ପୁଞ୍ଜିପତି ସ୍ୱାର୍ଥରେ ଶ୍ରମଆଇନ୍ ସଂଶୋଧନକୁ ବିରୋଧ କରି ଆଗାମୀ ଆନ୍ଦୋଳନକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। ଆସନ୍ତା ୩୧ ତାରିଖ ରାଜ୍ୟସ୍ତରୀୟ ଶତବାର୍ଷିକ ଉଦ୍‌ଯାପନ ଉତ୍ସବରେ ବାଲେଶ୍ୱର ଜିଲ୍ଲାରୁ ଦଶଜଣ ପ୍ରତିନିଧି ଯୋଗଦେବାକୁ ନିଷ୍ପତ୍ତି ନିଆଯାଇଛି। ଉତ୍ସବର ପ୍ରାରମ୍ଭରେ ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ଲାଲ୍ ପତାକା ଉତ୍ତୋଳନ କରିଥିଲେ ଓ ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶରତଚନ୍ଦ୍ର ଦଳାଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.