Home ଜିଲ୍ଲା ପରିକ୍ରମା ନିକିତା ତୋମାର ହତ୍ୟା ପ୍ରତିବାଦରେ ଏବିଭିପିର ବିକ୍ଷୋଭ

ନିକିତା ତୋମାର ହତ୍ୟା ପ୍ରତିବାଦରେ ଏବିଭିପିର ବିକ୍ଷୋଭ

32

ବାଲେଶ୍ୱର, ୩୦ା୧୦(ଓଡ଼ିଆ ପୁଅୟ/ଅଭୟ ଦାସ):ହରିୟାଣାର ବଲ୍ଲଭପୁରଠାରେ ନିକିତା ତୋମାରଙ୍କୁ କରାଯାଇଥିବା ନିର୍ମମ ହତ୍ୟାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବାଲେଶ୍ୱର ସହରର ସିନେମାଛକଠାରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ଏବିଭିପି ଜିଲ୍ଲା ସଂଯୋଜକ ରଜତ କୁମାର ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ପ୍ରୁତ୍ୟଷ କୁମାର ବେହେରା, ବିଭାଗ ସହ-ପ୍ରମୁଖ ସୁବ୍ରତ କୁମାର ଧଳ, ରାଜ୍ୟ କ୍ରୀଡ଼ା ସଂଯୋଜକ ସାଇପ୍ରତିମ ସେନାପତି, ରାଜ୍ୟ ସହ-ସମ୍ପାଦକ ଲକ୍ଷ୍ମୀନାରାୟଣ ନାୟକ, ନଗର ଉପ-ସଭାପତି ସ୍ମୃତିରଂଜନ ବେହେରା ପ୍ରମୁଖ ଯୋଗଦେଇ ହରିୟାଣାର ଏହି ବର୍ବରକାଣ୍ଡକୁ ତୀବ୍ର ସମାଲୋଚନା କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ନାରୀ ସୁରକ୍ଷା ପାଇଁ ସରକାର ତୁରନ୍ତ ନୂତନ ଆଇନ ପ୍ରଣୟନ କରିବା ଉଚିତ ବୋଲି ସେମାନେ କହିଥିଲେ। ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଦଣ୍ଡ ପ୍ରଦାନ ପାଇଁ ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.