Home ଓଡ଼ିଶା ବାଲେଶ୍ଵରରେ ସଡକ ଦୁର୍ଘଟଣା; ୫ ବର୍ଷର ନାବାଳିକା ମୃତ

ବାଲେଶ୍ଵରରେ ସଡକ ଦୁର୍ଘଟଣା; ୫ ବର୍ଷର ନାବାଳିକା ମୃତ

214

ବାଲେଶ୍ଵର, ୩୦/୧୦, (ଓଡ଼ିଆ ପୁଅ ପି ନାୟକ):ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଇନ୍ଦିରା ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବା ଫଳରେ ଘଟଣାସ୍ଥଳରେ ଜଣେ ନାବାଳିକଙ୍କ ମୃତ୍ୟୁ ଘଟିଛି। ଫଳରେ ଏହି ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୬୦ ନମ୍ବର ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବସ୍ତା ବ୍ଲକ ବାଗଲଡିହା ଗ୍ରାମର ବିପ୍ଳବ ଗାଆଣଙ୍କ ୫ବର୍ଷର ଝିଅ ଖୁସି ଜଳେଶ୍ଵର ବ୍ଲକ ସୁଗ ଗ୍ରାମର ମାମୁଁ ଘରୁ ମାଆ ସହିତ ବସ୍ ଯୋଗେ ଆସି ଇନ୍ଦିରା ଛକରେ ଓହ୍ଲାଇଥିଲେ। ରାଜପଥରୁ ୩୦ଫୁଟ୍ ତଳକୁ ଓହ୍ଲାଇ ଘରକୁ ଯିବାକୁ ପଡ଼ୁଥିବାରୁ ଓହ୍ଲାଇବା ସମୟରେ ନାବାଳିକାଟିର ଗୋଡ଼ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲା। ଫଳରେ ତଳ ରାସ୍ତାରେ ଯାଉଥିବା ଡ଼ମ୍ଫର ଖୁସି ଉପରେ ଚଢିଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଖୁସିକୁ ବସ୍ତା ଡ଼ାକ୍ତରଖାନାକୁ ନେଇଯାଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.