Home ଓଡ଼ିଶା ଦୋକାନ ଭାଙ୍ଗି ଲୁଟ କରି ଫେରାର ଲୁଟେରା

ଦୋକାନ ଭାଙ୍ଗି ଲୁଟ କରି ଫେରାର ଲୁଟେରା

182

ଖୋର୍ଦ୍ଧା, ୩୦/୧୦, (ଓଡ଼ିଆ ପୁଅ ପି ନାୟକ): ଦିନକୁ ଦିନ ବଢୁଛି ଲୁଟେରାଙ୍କ ଆତଙ୍କ। ଆଉ ଏଥିପାଇଁ ଭୟଭୀତ ହୋଇ ଅଛନ୍ତି ଲୋକେ। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଉନଥାନା ମୁକୁନ୍ଦପ୍ରସାଦ ଓ ଗୋଡିପୋଖରୀ ଅଞ୍ଚଳରେ ଲୁଟେରା ଲୁଟ୍ କରି ଫେରାର ହୋଇଯାଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ସେମାନେ ୭ଟି ଦୋକାନର ତାଲା ଭାଙ୍ଗିବା ସହ ସଟର୍ ତାଡି ବିଭିନ୍ନ ସାମଗ୍ରୀ ଓ ଟଙ୍କା ପଇସା ଲୁଟି ନେଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଯାଞ୍ଚ କରିଛି। ଅନ୍ୟପଟେ ରାତିରେ ପୋଲିସ ପାଟ୍ରୋଲିଂ କରୁନଥିବାରୁ ଲୁଟେରାଙ୍କ ଆତଙ୍କ ବଢୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.