Home ଜିଲ୍ଲା ପରିକ୍ରମା ବାଲିବରେଇରେ କଂଗ୍ରେସର ସାଂଗଠନିକ ବୈଠକ

ବାଲିବରେଇରେ କଂଗ୍ରେସର ସାଂଗଠନିକ ବୈଠକ

3

ଭଦ୍ରକ, ୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ସୋସୋ ଥାନା ଅଧିନ ବାଲିବରେଇ ପଚାଂୟତ କଂଗ୍ରେସ ପକ୍ଷରୁ ଆଗାମୀ ପଚାଂୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁସ୍ଥିତ ବସନ୍ତ ରାରତଙ୍କ ବାସ ଭବନରେ ଅନୁଷ୍ଠିତ ବୈଠକରେ ହାଟଡିହି ବ୍ଲକ କଂଗ୍ରେସ କମିଟିର ସଭାପତି ଭାବେ ରମେଶ ଚନ୍ଦ୍ର ବାରିକ,୩୪ ନଂ ଜୋନ କଂଗ୍ରେସ ସଭାପତି ବିଜୟ କୁମାର ଜେନା, ଜିଲ୍ଲା କଂଗ୍ରେସ ମୁଖପାତ୍ର ବିଶ୍ୱ ରଞ୍ଜନ ପାଣିଗ୍ରାହୀଙ୍କୁ ନୂତନ ଦାୟିତ୍ୱ ମିଳି ଥିବାରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଦାଧିକାରୀ ମାନେ ପଚାଂୟତ ନିର୍ବାଚନ ପାଇଁ ଏବେ ଠାରୁ ୱାର୍ଡ ସ୍ତରରେ ସଂଗଠନକୁ ସୁଦୃଢ କରି ପାରିଲେ ନିର୍ବାଚନ ବୈତରଣୀ ପାରି ହେବା ସହଜ ହେବ ବୋଲି କର୍ମୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ବୈଠକରେ ଅଭୟ କୁମାର ବିଶ୍ୱାଳ, ହୃଷିକେଷ ମହାନ୍ତି, ନାରାୟଣ ଚନ୍ଦ୍ର ରାଉତ, ଜଳଧର ଦିଅ, ସିଙ୍ଗା ହୋ , ମହେଶ୍ୱର ଜେନା, ବୃନ୍ଦାବନ ବିଶ୍ୱାଳ, ରଞ୍ଜନ ଜେନା, ବବୁଲୁ ବଳ, ମନ୍ଦଧର ଜେନା, ଅଭିରାମ ରଥ ପ୍ରମୁଖ ଉପସ୍ଥିତ ରହି ସାଂଗଠନିକ ଅଭିବୃଦ୍ଧି ନେଇ ମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.