Home ଓଡ଼ିଶା ବାଲିଗୁଡା ବର୍ଷା ନାହିଁ, ଚିନ୍ତାରେ ଚାଷୀ

ବାଲିଗୁଡା ବର୍ଷା ନାହିଁ, ଚିନ୍ତାରେ ଚାଷୀ

146

ବାଲିଗୁଡା, ୧୮/୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) -; ବାଲିଗୁଡାର ଆଖପାଖ ଅଂଚଳରେ ବର୍ଷାନାହିଁ। କିଛିଦିନ ପୁର୍ବରୁ ସ୍ୱଳ୍ପ ବର୍ଷା ହୋଇଥିଲା। ସେହି ବର୍ଷାରେ ଚାଷୀ ଧାନତଳି ପକାଇଥିଲେ। କିନ୍ତୁ ବର୍ଷା ନଥିବା ହେତୁ ବିଲରେ ନା ଛାଷ ହୋଇପାରୁଛି ନା ପଡିଥିବା ତଳିର ସୁରକ୍ଷିତ ହୋଇପାରୁଛି।ଯଦି ଦୁଇରୁ ତିନି ମଧ୍ୟରେ ବର୍ଷା ନହେଲେ ପଡିଥିବା ତଳି ସବୁ ନଷ୍ଟ ହୋଇଯିବ।ସୂଚନା ଯୋଗ୍ୟ ଯେ ବାଲିଗୁଡା ବ୍ଲକରେ ୪୫୮୦ ହେକ୍ଟର ଧାନଛାଷ ଜମି ରହିଅଛି।ସେଥିମଧ୍ୟରୁ ଚଳିତ ବର୍ଷ ଆଜି ସୁଧା ମାତ୍ର ୨ରୁ୩ ଶତକଡା ଚାଷ ହୋଇଅଛି, ବାଲିଗୁଡା ଅଂଚଳର ଚାଷୀମାନଙ୍କୁ ପ୍ରଶାସନ ତରଫରୁ ପ୍ରତ୍ସାହନ ବି ମିଳୁନାହିଁ।। ଏହି ବାବଦରେ ବାଲିଗୁଡା କୃଷି ବିଭାଗ ୟତରେଫରୁ କୁଷାଯାଇଛି ଯେ ବାଲିଗୁଡାରେ ବର୍ଷା ନଥିବା ଯୋଗୁଁ ଚାଷି ମାନେ ଚାଷ କାମ ଆରମ୍ଭ କରିନାହାନ୍ତି।ଅପରପଟେ ଚାଷି ଦିନୁଙ୍ଗା ମଳିକ କହିଛନ୍ତି ବର୍ଷା ନହେଲେ ଛାଷ କାମ ବନ୍ଦ ହୋ ହୋଇଯିବ। ଚାଷି ଲଳିତ ପାତ୍ର ଓ ବାରଖମାର ବୀରେନ୍ଦ୍ର ସାହୁ କହିଛନ୍ତି ଚଳିତ ବର୍ଷ ଭଳ ଚାଷରେ ଭଲ ଆମଦାନୀ ହେବ ବୋଲି ଛାଷୀ ଭାବଇମାନେ ପୁର୍ବ ଅନୁମାନ କରିଥିଲେ କିନ୍ତୁ ବର୍ଷା ନାହିଁ ଚାଷି ଭାଇମାନେ ଚକିତ ହୋଇପଡିଛନ୍ତି, ପାଣି ଅପେକ୍ଷାରେ ଆମ ଓ ଆମ ଚାଷୀ ଭାଇମାନେ ଅଛନ୍ତି। ଯଦି ପାଂଚ ଦିନ ମଧ୍ୟରେ ବର୍ଷା ନହୁଉ ତେବେ ଆମ ଅଂଚଳରେ ଚାଷପାଇଁ ପଡିଥିବା ତଳି ସବୁ ଗଜା ମରୁଡି ହୋଇଯିବ। ଚାଷୀଙ୍କ ପାଖରେ ଦୁଇବର୍ଷ ଧରି ଚାଷୀ ଫସଲ ବୀମା କରିଆସୁଥିଲେ କିନ୍ତୁ ଚଳିତ ବର୍ଷ ବାଲିଗୁଡା ଅଂଚଳରେ ଚାଷୀମାନେ ଆଉ ଫସଲ ବୀମା କରିବେ ନାହଁ କାରଣ ଗତ ଦୁବର୍ଷ ଧରି ବାଲିଗୁଡା ଅଂଚଳରେ ଧାନ ଫସଲ ମରୁଡି ଓ କ୍ଷୟକ୍ଷତି ହୋଇଆସୁଛି। ବୀମା କମ୍ଫାନୀ ଓ କୃଷୀ ବିଭାଗ ତରଫରୁ ଫସଲ କ୍ଷୟକ୍ଷତୀକୁ ନେଇ ତଦନ୍ତ କରାଯାଉଛି କିନ୍ତୁ ତଦନ୍ତ ତଦନ୍ତରେ ହିଁ ରହିଯାଉଛି। ଚାହୀମାନଙ୍କୁ ବୀମା କମ୍ପାନୀ ତରଫରୁ ଗୋଟିଏ ପଇସାର ବି ସାହାଯ୍ୟ ମିଳୁନାହି ବୋଲି ଅଭି୍େ।ଗ କରିଛନ୍ତି ଚାଷୀମାନେ ତେଣୁ ଆମେ ଆଉ ଚାଷୀବୀମା କରିବୁ ନାହିଁ। ଅପରପଟେ ପ୍ରଶାସନ କିମ୍ବା ସରକାରଙ୍କ ତରଫରୁ ମଧ୍ୟ କିଛି ସାହାଯ୍ୟ ମିଳୁନାହିଁ ବୋଲି ବି ଅଭିଯେ୍।ଗ କରିଛନ୍ତି।ବାଲିଗୁଡା ବ୍ଲକର ସବୁଠାରୁ ଅଦିକ ଧାନ ଚାଷ ହୁଏ ଲଣ୍ଡାଗାଁ ପଂଚାୟତର ଏହି ପଂଚାୟତରେବି ସମାନ ଅବସ୍ଥା। ଚାହୀ ବର୍ଷାକୁ ଅପେକ୍ଷା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.