Home ଜିଲ୍ଲା ପରିକ୍ରମା ବାରୋ ପଂଚାୟତ କାର୍ଯ୍ୟାଳୟରୁ ଚୋରି ସାମଗ୍ରୀ ଜବତ : ୪ ଗିରଫ

ବାରୋ ପଂଚାୟତ କାର୍ଯ୍ୟାଳୟରୁ ଚୋରି ସାମଗ୍ରୀ ଜବତ : ୪ ଗିରଫ

3

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ବାରୋ ପଂଚାୟତ କାର୍ଯ୍ୟାଳୟରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିଲା । ତିହିଡି଼ ପୋଲିସ ଶନିବାର ଏହି ସାମଗ୍ରୀକୁ ଜବତ କରିବା ସହ ଚୋରିରେ ସମ୍ପୃକ୍ତ ଥିବା ୪ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ବାରୋ ପଂଚାୟତ କଲ୍ୟାଣୀନଗର ଗ୍ରାମର ଜଗନ୍ନାଥ ଦାସ ଓ ପ୍ରଶାନ୍ତ କୁମାର ଦାଶ, ଝିଙ୍କିରିଆ ଗ୍ରାମର ଲମ୍ବୋଦର ଦାସ ଏବଂ ନନ୍ଦପୁର ଗ୍ରାମର ଗୋରା ସାହା । ପ୍ରକାଶ ଯେ ବାରୋ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ନଳକୂପ ଜଣେ ଠିକାଦାରଙ୍କ ମାଧ୍ୟମରେ ବସା ଯାଉଥିଲା । କାର୍ଯ୍ୟାଳୟରେ ନଳକୂପର ଯନ୍ତ୍ରାଂଶ ସହ ଅନ୍ୟ ସାମଗ୍ରୀ ରଖାଯାଇଥିଲା । ଗତ ୨୩ତାରିଖରେ ସେହି ସାମଗ୍ରୀସବୁ ଚୋରି ହୋଇ ଯାଇଥିବା ଠିକାଦାର ମନୋଜ ରାୟ ଜାଣିବା ପରେ ତିହିଡି଼ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ଏକ ମାମଲା (ନଂ ୧୪୨/୨୬)ୠଜୁକରି ଘଟଣାର ତଦନ୍ତ ଚଳାଇଥିଲା । ଆଇଆଇସି ଲୋପାମୁଦ୍ରା ନାୟକ ଚୋରମାନଙ୍କୁ ଠାବ କରି ଗିରଫ କରିବା ପରେ ସେମାନେ ସାମଗ୍ରୀ ସବୁକୁ ନନ୍ଦପୁର ବଜାର ସ୍ଥିତ ଏକ କବାଡ଼ିଆ ଦୋକାନରେ ବିକ୍ରି କରିଥିବା ପ୍ରକାଶ କରିଥିଲେ । ପରେ ପୋଲିସ ସେହି ଦୋକାନ ଉପରେ ଚଢ଼ାଉ କରି ଚୋରି ସାମଗ୍ରୀକୁ ଜବତ କରିଥିବା ଜଣାଯାଇଛି । ତେବେ ତଦନ୍ତ ପରେ ଜଗନ୍ନାଥଙ୍କ ନାଁରେ ପୂର୍ବରୁ ୨ଟି ମାମଲା ଥିବା ଆଇଆଇସି ନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.