Home କେନ୍ଦୁଝର ବାବା ଧବଳେଶ୍ୱର କ୍ରିକେଟ ଆଭେଞ୍ଜର ଅଁରା ଚମ୍ପିୟନ

ବାବା ଧବଳେଶ୍ୱର କ୍ରିକେଟ ଆଭେଞ୍ଜର ଅଁରା ଚମ୍ପିୟନ

41

ହାଟଡ଼ିହି, ୧୭/୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ଚାଲିଥିବା ବାବା ଧବଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗନେଇଥିବାବେଳେ ଆଜି ଫାଇନାଲ ମ୍ୟାଚରେ ଆଭେଞ୍ଜର ଅଁରା ଆନନ୍ଦପୁରକୁ ପରାସ୍ତକରି ଚମ୍ପିୟନ ହୋଇଛି । ପ୍ରଥମେ ଆନନ୍ଦପୁର ବ୍ୟାଟିଂକରି ନିର୍ଦ୍ଧାରିତ ୧୫ଓଭରରେ ୯ଉଇକେଟ ହରାଇ ୧୯୨ରନ କରିଥିଲା । ତାର ଜବାବରେ ଆଭେଞ୍ଜର ଅଁରା ପପନ ଜେନାଙ୍କ ୭୫ରନ ଓ ବିଶ୍ୱମ୍ବର ଜେନାଙ୍କ ୫୪ରନ ସହାୟତାରେ ୪ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ପୁର୍ବିତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଓ ସମ୍ମାନୀତ ଅତିଥି ଭାବେ ଇଞ୍ଚୋଳ ପଞ୍ଚାୟତର ବିଜେଡି ସଭାପତି ତଥା ସାମଜସେବୀ ଅଭିମନ୍ୟୁ ସେଠୀ,ସରପଞ୍ଚ ପାର୍ବତୀ ନାଇକ, ନାଏବ ସରପଞ୍ଚ ବିଜୟ କୁମାର ମହାପାତ୍ର, ସମାଜସେବୀ ପ୍ରମୋଦ କୁମାର ନାୟକ, ଶିକ୍ଷାବିତ ନାରାୟଣ ଚନ୍ଦ୍ର ସା ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଅମ୍ପାୟାର ଭାବେ ବଳରାମ ରାଉତ, କାର୍ତ୍ତିକେଶ୍ୱର ମଲ୍ଲିକ ଖେଳ ପରିଚାଳନା କରିଥିବାବେଳେ ଦେବବ୍ରତ ମଲ୍ଲିକ, ସରୋଜ ନାୟକ, ସନ୍ତୋଷ କୁମାର ପଣ୍ଡା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଉମାକାନ୍ତ ଜେନା ଓ ଅରବିନ୍ଦ ପଣ୍ଡା ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିବାବେଳେ ଶ୍ରୀମନ୍ତ ନାୟକ, ରାଜୀବ ନାୟକ, ସୁକୁମାର ନାୟକ, ଲିପୁନ ପଣ୍ଡା, ବାପୁଜି ସୁଆର, ପ୍ରଭାତ ପାତ୍ର, ଶଶିକାନ୍ତ ପଣ୍ଡା, ପାର୍ଥ ନାୟକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.