Home Top News ବାପା-ମାଆଙ୍କ ଆଖି ଆଗରେ ବାଘ ଝାମ୍ପି ନେଲା ୬ ବର୍ଷର ପୁଅକୁ, ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର...

ବାପା-ମାଆଙ୍କ ଆଖି ଆଗରେ ବାଘ ଝାମ୍ପି ନେଲା ୬ ବର୍ଷର ପୁଅକୁ, ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ମୃତ ଶରୀର

144

ନବରଙ୍ଗପୁର ୧୧ -୧୦ (ଓଡ଼ିଆ ପୁଅ) ଅନଉ ଅନଉ କଲରା ପତରିଆ ବାଘ ଝାମ୍ପିନେଲା ଶିଶୁ ପୁତ୍ରକୁ। କେହି କିଛି କରିପାରିଲେ ନାହିଁ। ବାପା, ମା’ ଓ ଜେଜେ ବାପା ଆଗରେ ବାଘ ଝାମ୍ପି ନେଲା କିନ୍ତୁ କେହି କିଛି କରିପାରିଲେ ନାହିଁ। ଏହି ପରି ଏଖ ଲୋମ ହର୍ଷହର୍ଷଣ କାରୀ ଘଟଣା ଘଟିଛି ସୋମବାରଦିନ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ ରାଇଘର ବ୍ଲକ ତୁରୁଡିହି ଆଦିବାସୀ ସାହିର ଏକ ପରିବାର ସହିତ। ମା’ଙ୍କ ଦର୍ଶନ କରି ଫେରୁଥିବା ବେଳେ ରାସ୍ତାରୁ ବାପା-ମା’ ଓ ପରିବାର ଲୋକଙ୍କ ଆଖି ଆଗରୁ ଶିଶୁପୁତ୍ରକୁ ବାଘ ଟାଣିନେଇଥିଲା। ସମସ୍ତଙ୍କ ଆଖି ଆଗରେ ଚାହୁଁ ଚାହିଁ ଶିଶୁର ଜୀବନ ଚାଲିଗଲା।

ଖବର ଅନୁଯାୟୀ, ସୋମବାର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡିହି ଆଦିବାସୀ ସାହିର ନରେନ୍ଦ୍ର ଗଣ୍ଡଙ୍କ ପରିବାର ଛତିଶଗଡ଼ର ମାଆ ଶୀତଳା ଦେବୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ମାଆଙ୍କ ମନ୍ଦିରକୁ ଯିବାକୁ ପାଇଁ ପୂରା ପରିବାର ସିହାୱା ପାହାଡ଼ ଚଢ଼ିଥିଲେ। ସନ୍ଧ୍ୟା ବେଳେ ମାଆଙ୍କୁ ଦର୍ଶନ କରି ଫେରୁଥିଲେ। ଆଗରେ ଚାଲୁଥିଲା ନରେନ୍ଦ୍ରଙ୍କ ୬ ବର୍ଷର ପୁଅ ଅବିନାଶ। ଆଉ ତା’ ପଛରେ ବାପା ନରେନ୍ଦ୍ର, ମାଆ ଓ ଜେଜେବାପା ସୋବାରାଓ ଗଣ୍ଡ ଚାଲି ଚାଲି ଯାଉଥିଲେ। ଠିକ୍‌ ଏହି ସମୟରେ ଗୋଟିଏ କଳାପତରିଆ ବାଘ ଅବିନାଶଙ୍କ ଉପରେ ଲମ୍ଫ ମାରିଲା। ଆଉ ବାପା-ମାଆ ଓ ଜେଜେଙ୍କ ଆଖି ଆଗରେ ଅବିନାଶକୁ ଝାମ୍ପି ନେଇଗଲା।

ଶିଶୁପୁତ୍ରକୁ ବାଘ ନେଇ ଯାଉଥିବା ଦେଖି ସେହି ରାସ୍ତା ଦେଇ ଯାଉଥିବା ଶ୍ରଦ୍ଧାଳୁମାନେ ହୋ-ହଲ୍ଲା କରିଥିଲେ। ଖବର ପାଇଁ ସିହାୱା ବନ ବିଭାଗ ଓ ପୁଲିସ ସର୍ଚ୍ଚ ଅପରେସନ୍‌ରେ ଲାଗି ପଡ଼ିଥିଲେ। କିଛି ସମୟର ଖୋଜା ଖୋଜି ପରେ ଏକ ପଥର ଚଟାଣ ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅବିନାଶକୁ ଅବସ୍ଥାରେ ଉଦ୍ଧାର କରି ସିହାୱା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯିବା ସହ ଲୋକମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ଦାବି ଉଠିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.