Home ଓଡ଼ିଶା ବାଦାମ ମଣ୍ଡି ରେ ଚାଷୀ ଙ୍କୁ ମିଳୁନାହିଁ ଅଖାବସ୍ତା,ରାତ୍ରରେ ବାଦାମଚାଲାଣ ହେଉଥିବା ବେପାରି ଙ୍କ ଟ୍ରକ...

ବାଦାମ ମଣ୍ଡି ରେ ଚାଷୀ ଙ୍କୁ ମିଳୁନାହିଁ ଅଖାବସ୍ତା,ରାତ୍ରରେ ବାଦାମଚାଲାଣ ହେଉଥିବା ବେପାରି ଙ୍କ ଟ୍ରକ କୁ ଅଟକାଇଲେ ଚାଷୀ

137

ମାଲକାନଗିରି,୨୯ ।୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ବାଦାମମଣ୍ଡି ଖୋଲା ଯାଇ ଚାଷୀମାନଙ୍କ ଠାରୁ ଉପଯୁକ୍ତ ମୂଲ୍ୟରେ ବାଦାମ ଲ୍ୟାମ୍ପସ ପକ୍ଷରୁ କ୍ରୟ କରିବା ପାଇଁ ନିସ୍ପତି ନିଆ ଯାଇଛି ,ଧାନମଣ୍ଡିରେ ଚାଷୀମାନଙ୍କୁ ଅଖାବସ୍ତା ଯୋଗାଇ ଦେବାପରି ବାଦାମ ମଣ୍ଡିରେ ମଧ୍ୟ ଚାଷୀଙ୍କୁ ମାଗଣାରେ ଅଖା ବସ୍ତା ଯୋଗାଇ ଦେବାର ନିୟମ ଥିବା ବେଳେ ଚାଷୀମାନେ ବସ୍ତା ପାଉନଥିବାର ଅଭିଯୋଗ କରିଛନ୍ତି । ଚାଷୀମାନଙ୍କୁ ଅଖା ମିଳୁନଥିବା ବେଳେ ଜଣେ ଚୋରାବେପାରି ସରକାରି ବସ୍ତାରେ ବାଦମ ଭରି ଏକ ଓଆର୩୦-୦୬୫୫ ନମ୍ବର ଟ୍ରକରେ ଚୋରାଚାଲାଣ କରୁଥିବା ସମୟରେ ଚାଷୀମାନଙ୍କ ହାବୁଡରେ ପଡିଯାଇଛନ୍ତି । ଗତ କାଲି ରାତି୧୧ଟା ସମୟରେ ବଦଲି ଗ୍ରାମ ରାସ୍ତାରେ ଏକ ଟ୍ରକବୋଝେଇ ବାଦମ ବାହାରକୁ ଚାଲାଣ ହେଉଥିବାର ଦେଖି ବଦଲି ଓ ଏମପିଭି ୫ ଗ୍ରାମର ଚାଷୀ ମାନେ ସେହି ଟ୍ରକଟିକୁ ଅଟକାଇ ଥିଲେ ।ଟ୍ରକରେ ଲୋଡ ହୋଇଥିବା ବଦାମଗୁଡିକ ସବୁ ସରକାରଙ୍କ ଦ୍ୱାରା ଚାଷୀ ମାନଙ୍କୁ ଯୋଗାଯାଉଥିବା ବସ୍ତାରେ ଥିବାର ଦେଖି ଗ୍ରାମ ବାସୀ ମାନେ ଜିଲ୍ଲାସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଙ୍କୁ ଜଣାଇଥିଲେ । ଆଜି ସକାଳେ ଶ୍ରୀ ମାଡକାମି ଏ ସଂପର୍କରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲାମୁଖ୍ୟକୃଷି ଅଧିକାରୀ ଙ୍କୁ ଅବଗତ କରିବାରୁ ଏହାର ତଦନ୍ତ ହେବ ବୋଲି ପ୍ରଶାସନିକ ଅଧିକାରୀ ମାନେ କହିଛନ୍ତି । ସରକାରୀ ବସ୍ତାରେ ବାଦାମ ଚାଲାଣ କରୁଥିବା ଟ୍ରକଟିକୁ ଅଟକା ଯାଇ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲା ବାଦାମ ଚାଷପାଇଁ ପ୍ରଷିଦ୍ଧ ଲାଭକରିଛି,ବିଶେଷ କରି କାଲିମେଳା,ଏମଭି୭୯,ପଡିଆ ,ଏମଭି୭୨,ଏମଭି୪୩, ଏମଭି୧୯,କୋରକୁଣ୍ଡା ବ୍ଲକସ୍ଥ ,ସୋରଲୁକୋଣ୍ଡା,ବଦଲି, ମାନ୍ଦାପାଲ୍ଲି.ପୁଲିମେଟଲା, ଡୁଡିମେଟଲା ପଚାଂୟତ ସହିତ ପୋଟେରୁ,ଏମପିଭି୧୭, କାଚଂଲବେଡା ଅଚଂଳରେ ଶତାଧିକ ହେକ୍ଟର ଜମିରେ ଚିନାବାଦାମ ଚାଷ ହୋଇଛି । ଜିଲ୍ଲାରେ କୃଷିଜାତ ଉତ୍ପାଦିତ ଦ୍ରବ୍ୟ ର ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ଟିଏ ନଥିବାରୁ ଚାଷୀମାନେ ବଳକା ପନିପରିବା,ବାଦାମ ଓ ଅନ୍ୟାନ କୃଷିଜାତ ଦ୍ରବ୍ୟକୁ ଅଧିକ ଦିନପର୍ଯ୍ୟନ୍ତ ରଖିପାରୁନାହାଁନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.