Home ଓଡ଼ିଶା ବାଣ ବଜାରରେ ନିଆଁ

ବାଣ ବଜାରରେ ନିଆଁ

508

ନୂଆଦିଲ୍ଲୀ,୨୬/୧୦,(ଓଡ଼ିଆ ପୁଅ ପି ନାଏକ):ଉତ୍ତରପ୍ରଦେଶ ଆଗରାର ସୁଲତାନପୁର ବାଣ ବଜାରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ  ଆଜି ରବିବାର ଓ କାଲି ଦୀପାବଳି ଥିବା ବେଳେ ଆଜି ବାଣ ବଜାରରେ ଲୋକଙ୍କ ପ୍ରବଳ ଗହଳି ଥିଲା । ଏହି ସମୟରେ ଅଚାନକ ଏକ ବାଣ ଦୋକାନରେ ନିଆଁ ଲାଗି ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ପରେ ଏହା ଦେଖି ଲୋକମାନେ ଜିବନ ବିକଳରେ ଚାରିଆଡ଼େ ଧାଇଁ ଥିଲେ । ପରେ ଦମକଳବାହିନୀ ଖବର ପାଇ ପହଞ୍ଚି ନିଆଁ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.