Home ଓଡ଼ିଶା ବାଣ ଫୁଟାଉଥିବା ବେଳେ ହାତରେ ଫୁଟିଲା ବାଣ

ବାଣ ଫୁଟାଉଥିବା ବେଳେ ହାତରେ ଫୁଟିଲା ବାଣ

103

ସୁନ୍ଦରଗଡ଼,୨୮/୧୦,(ଓଡ଼ିଆ ପୁଅ ପି ନାୟକ):ଗତକାଲି ସୁନ୍ଦରଗଡ ଜିଲ୍ଲାର ଟିକାୟତ ପାଲି ଅର୍ନ୍ତଗତ ସରସରା ଗ୍ରାମରେ ବାଣ ଫୁଟି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ହାତରେ ବାଣ ଫୁଟାଇବା ବେଳେ ତାହା ହାତରେ ଫୁଟି ଯୁବକଙ୍କ ପାପୁଲି ଛିଡି ଯାଇଥିବା ସୂଚନା ମିଳିଛି । ଅଲେଖ ପାତ୍ର ନାମକ ଜଣେ ଯୁବକ ବମ୍‌କୁ ହାତରେ ଧରି ଫୁଟାଉଥିବା ବେଳେ ବମ୍‌ଟି ହାତରେ ଫୁଟିଯାଇଥିଲା । ଫଳରେ ତାଙ୍କର ଡାହାଣ ହାତ ପାପୁଲି ସହ ଆଙ୍ଗୁଠି ଛିଡି ଯାଇଥିଲା । ପରେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବଣାଇ ଉପଖଣ୍ଡ ଡାକ୍ତର ଖାନାକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରିବା ପରେ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଥିବା ଏବେ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.