Home ଅପରାଧ ବାଇକ ସହ ବସ ଧକ୍କା, ବାଇକ ଆରୋହୀ ଗୁରୁତର

ବାଇକ ସହ ବସ ଧକ୍କା, ବାଇକ ଆରୋହୀ ଗୁରୁତର

791

ଯାଜପୁର୯ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ଯାଜପୁର ଟାଉନ ରାସ୍ତାର ରୁଢିଆ ବ୍ରିଜ ମୁଣ୍ଡରେ ଆଜି ଅପରାହ୍ନରେ ବାଇକ ସହ ବସର ସାମ୍ନାସାମ୍ନୀ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଛି । ସିଂହପୁର ଓଳାଭର ଯାଉଥିବା ଓଁ ନମଃ ଶିବାୟ ନାମକ ବସ ସହ ଏକ ହିରୋ ସ୍ଲେଣ୍ଡର ବାଇକ ସହ ଧକ୍କା ହୋଇଥିଲା ।

 

ମାତ୍ର ଘଟଣାସ୍ଥଳେ ବାଇକ ଆରୋହୀ ଗୁରୁତର ହୋଇପଡିବାରୁ ତାକୁ ସ୍ଥାନୀୟ ଲୋକେ ଯାଜପୁର ଡାକ୍ତରଖାନାକୁ ପଠାଇଥିଲେ । କିନ୍ତୁ ତାଙ୍କର ଠିକଣା ଜଣାପଡିନାହିଁ । ଘଟଣାସ୍ଥଳେ ପୁଲିସ ପହଂଚି ବାଇକ ଓ ବସ ଟିକୁ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.