Home ଅପରାଧ ଛାତ୍ରୀ ନିଖୋଜ ପାଇଁ ଥାନାରେ ମାମଲା

ଛାତ୍ରୀ ନିଖୋଜ ପାଇଁ ଥାନାରେ ମାମଲା

512

ଯାଜପୁର୯ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ନୋଡାଲ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ନିଖୋଜ ହେବା ନେଇ ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି । ଶନିବାର ପାଣିକୋଇଲି ନୋଡାଲ ବିଦ୍ୟାଳୟର ବାର୍ଷିକ ଉତ୍ସବ ହେବା ପାଇଁ ସ୍ତିର ହୋଇଥିଲା । ମାତ୍ର ବର୍ଷା ଯୋଗୁ ଏହାକୁ ବାତିଲ କରାଯାଇଥିଲା ।

 

କିନ୍ତୁ ମଣିପୁର ଗ୍ରାମର ସନି ବେହେରାଙ୍କ ଝିଅ ଯେକି ୧୦ମ ଶ୍ରେଣୀର ପଢେ ସେ ବିଦ୍ୟାଳୟ ଉତ୍ସବକୁ ଆସି ଆଉ ଘରକୁ ଫେରିନଥିଲା । ବହୁ ଖୋଜା ଖୋଜି ପରେ ଆଜି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.