Home କେନ୍ଦୁଝର ବାଇକରୁ ଖସି ଆହତ ମହିଳାଙ୍କ ମୃତ୍ୟୁ

ବାଇକରୁ ଖସି ଆହତ ମହିଳାଙ୍କ ମୃତ୍ୟୁ

52

ହାଟଡିହି, ୫ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଣା ସମଣା ରାସ୍ତାର ଡଙ୍କୁରୀ ନିକଟରେ ଗତ ୩ତାରିଖ ଦିନ ବାଇକରୁ ଖସିପଡି ଆହତ ହୋଇଥିବା ମହିଳାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ସରମଙ୍ଗା ଗ୍ରାମର ଭାରତୀ ଜେନା(୬୫) ଗଙ୍ଗାଧର ଖୁଣ୍ଟିଆଙ୍କ ବାଇକ ପଛରେ ବସି ହାଟଡିହିରୁ ଘରକୁ ଫେରୁଥିବା ସମୟରେ ହଠାତ ଡଙ୍କୁରୀ ନିକଟରେ ଏକ ହମ୍ପସ ପାଖରେ ଅସାବଧାନତା ବସତଃ ବାଇକରୁ ଖସିପଡିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ହାଟଡିହି ଦମକଳ ସହଯୋଗରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.