Home କେନ୍ଦୁଝର ଅଁରା ପଞ୍ଚାୟତ ଦୁର୍ନ୍ନୀତି ନେଇ ଅଭିଯୋଗ କରିବା ସନ୍ଦେହରେ ଘରେ ପସି ମାଡ, ଥାନାରେ ଅଭିଯୋଗ

ଅଁରା ପଞ୍ଚାୟତ ଦୁର୍ନ୍ନୀତି ନେଇ ଅଭିଯୋଗ କରିବା ସନ୍ଦେହରେ ଘରେ ପସି ମାଡ, ଥାନାରେ ଅଭିଯୋଗ

21

ହାଟଡିହି, ୫ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଁରା ପଞ୍ଚାୟତରେ ଆବାସ ଯୋଜନା ଓ ମନରେଗା ଯୋଜନାରେ ବ୍ୟାପକ ଦୁର୍ନ୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ତଦନ୍ତରେ ଯାଇଥିଲେ । ଗାଁର ଜଣେ ଯୁବକ ଅନ୍ୟ ପିଲାମାନଙ୍କ ଦ୍ୱାରା ଅଭିଯୋଗ କରାଇଛି ବୋଲି ସନ୍ଦେହ କରି ତାଙ୍କ ଘରେପସି ଆକ୍ରମଣ କରିଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଗ୍ରାମର ସରସ୍ୱତୀ ଜେନାଙ୍କ ଅଭିଯୋଗ ଅନୁଯାଇ ଆଜି ଅପରାହ୍ନ ୪ଟା ବେଳେ ସେହି ଗ୍ରାମର ପ୍ରଦୀପ ନାୟକ ତାଙ୍କ ଘରକୁଯାଇ ତାଙ୍କ ପୁଅ ଖଗେଶ୍ୱରକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାକୁ ପିଟାମରା କରିଥିଲା । ଏହାକୁ ବିରୋଧ କରିବାରୁ ସରସ୍ୱତୀଙ୍କୁ ମଧ୍ୟ ମାଡ ମାରିବା ସହ ଶାଢ଼ୀ ଟଣା ଓଟରା କରିଥିବା ସରସ୍ୱତୀ ଅଭିଯୋଗ କରିଛନ୍ତି । ଏପରିକି ଥାନାକୁ ଅଭିଯୋଗ କରିବାକୁ ଆସିବାପରେ ପ୍ରଦୀପଙ୍କ ପରିବାର ଲୋକେ ତାଙ୍କ ଘରକୁଯାଇ ତାଙ୍କ ସ୍ୱାମୀକୁ ଧମକ ଚମକ ଦେଇଛନ୍ତି । ଯଦି ଥାନାରେ ଅଭିଯୋଗ କରିବୁ ତେବେ କାଲି ସକାଳୁ ଗାଁରୁ ବାହାର କରିଦେବୁ ବୋଲି ଧମକ ଦେଇଥିବା ସରସ୍ୱତୀ ନନ୍ଦିପଦା ଥାନରେ ଅଭିଯୋଗ କରିଛନ୍ତି । ପ୍ରଦୀପ ପୁର୍ବରୁ ମଧ୍ୟ ଖଗେଶ୍ୱରକୁ ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଇଥିଲା ବୋଲି ଖଗେଶ୍ୱର ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ପୁଲିସ ଘଟଣାସ୍ଥଳକୁ ଯାଇଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.