Home ଜିଲ୍ଲା ପରିକ୍ରମା ବହୁଜନ ସମାଜପାର୍ଟି ଭଦ୍ରକ ଜିଲ୍ଲା କମିଟି ଗଠିତ

ବହୁଜନ ସମାଜପାର୍ଟି ଭଦ୍ରକ ଜିଲ୍ଲା କମିଟି ଗଠିତ

8

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବହୁଜନ ସମାଜପାର୍ଟି ଜିଲ୍ଲା ସ୍ଥ୍ୟିାରିଙ୍ଗ କମିଟି ଦ୍ୱାରା ଆହୁତ ବୈଠକ ଆଜି ଗେଲପୁରସ୍ଥ ସର୍କଟ ହାଉସ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ବହୁଜନ ସମାଜପାର୍ଟିର ରାଜ୍ୟ ସମ୍ପାଦକ ତଥା ଅଧିବକ୍ତା ଅର୍ଜୁନ ଚରଣ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକାରଣୀ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଓ ଭୁବନେଶ୍ୱର ଜୋନର ଇନଚାର୍ଜ ଆଇନଜୀବି ରଞ୍ଜନ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ଜେନେୟୁ ପ୍ରଫେସର ସନ୍ତୋଷ ମଲ୍ଲିକ ଯୋଗ ଦେଇଥିଲେ। ରାଜ୍ୟ କମିଟି ନିର୍ଦେଶ କ୍ରମେ ଭଦ୍ରକ ଜିଲ୍ଲା କମିଟି ସର୍ବସମ୍ମତ କ୍ରମେ ଗଠନ କରାଯାଇଛି। ଜିଲ୍ଲା ସଭାପତି ଭାବେ ଉମାକାନ୍ତ ମଲ୍ଲିକ, ଉପସଭାପତି ଭାବେ ଝରଣା ବେହେରା,ସାଧାରଣ ସମ୍ପାଦକ ଏସ କେରିୟାଜୁଡ଼ିନ, ଯୁଗ୍ମ ସମ୍ପାଦକ ଭାବେ ଶରତ କୁମାର ନାଥ, ସହକାରୀ ସମ୍ପାଦକ ଭାବେ ଶୈଳ କୁମାର ଦାସ, କୋଷାଧକ୍ଷ ଭାବେ ବାସୁଦେବ ମଲ୍ଲିକ, ଅଫିସ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।ଉକ୍ତ ବୈଠକରେ ଭଦ୍ରକ, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଧାମନଗର, ସୋର ଓ ସିମୁଳିଆ ନିର୍ବାଚନ ମଣ୍ଡଳୀ କର୍ମକର୍ତା ମାନେ ଯୋଗ ଦେଇଥିଲେ। ଆଇନଜୀବି ଶ୍ୟାମ ସୁନ୍ଦର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.