Home ଓଡ଼ିଶା ବଲାଙ୍ଗୀରରେ ଦୁଇ ଦେହଜୀବୀଙ୍କ ସହ ତିନି ଯୁବକ ଗିରଫ, ପୋଲିସର ଅତର୍କିତ ଚଢ଼ାଉ, ମୁଖ୍ୟ ଅଭିଯୁକ୍ତ...

ବଲାଙ୍ଗୀରରେ ଦୁଇ ଦେହଜୀବୀଙ୍କ ସହ ତିନି ଯୁବକ ଗିରଫ, ପୋଲିସର ଅତର୍କିତ ଚଢ଼ାଉ, ମୁଖ୍ୟ ଅଭିଯୁକ୍ତ କିଏ?

215

ବଲାଙ୍ଗୀର ୧-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଘା ଅଂଚଳରେ ଦୀର୍ଘଦିନ ଧରି ଚାଲିଥିବା ଏକ ସେକ୍ସ ରେକେଟକୁ ପୋଲିସ କାବୁ କରିଥିବା ବେଳେ ଆଜି ବଲାଙ୍ଗୀର ମେଡିକାଲ କଲେଜ ନିକଟରେ ଥିବା ଏକ ଗଜରୁ ଦୁଇ ଜଣ ଦେହଜୀବୀ ଓ ତିନି ଜଣ ଯୁବକଙ୍କୁ ଗିରଫ କରିଛି। ବଲାଙ୍ଗୀର ସ୍ଥିତ ସନ୍ଥ ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନା ନିକଟରେ ଥିବା ଏକ ଭଡା ଘରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଏହି ଯୌନ କାରବାରର ସୂଚନା ପାଇ ବଲାଙ୍ଗୀର ଟାଉନ ପୋଲିସ ଅତର୍କିତ ଚଢ଼ାଉ କରି ଦୁଇ ଜଣ ଯୁବତୀ ଓ ତିନି ଜଣ ଯୁବକଙ୍କୁ ଗିରଫ କରିବା ସହ ବିଭିନ୍ନ ସାମଗ୍ରୀମାନ ଜବତ କରିଛି। ବିଭିନ୍ନ ଅଞ୍ଚଳ ଗୁଡିକରୁ ଯୁବତୀମାନେ ଆସି ଏହି କାରବାର କରୁଥିବା ବେଳେ ଅନେକ ନାମୀ, ଦାମୀ ବ୍ୟକ୍ତି ମଧ୍ୟ ସଶ୍ଲିଷ୍ଟ ରହିଥିବା ସୂଚନା ମିଳିଛି। ତେବେ ବଲାଙ୍ଗୀର ର ଜଣେ ଅଣ ଓଡିଆ ବ୍ୟକ୍ତି ଏହି କାରବାର ଚଲାଇ ଆସୁଥିବା ଓ ରାଜ୍ୟ ତଥା ରାଜ୍ୟ ବାହାରକୁ ମଧ୍ୟ ଦେହଜୀବୀଙ୍କୁ ପଠେଇ ଆସୁଥିବା ସୂଚନା ମିଳିଛି। ତେବେ ଏ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.