Home ଅପରାଧ ଅପରାଧିଙ୍କ ଭୟରେ ଘରଛାଡି ପଳାଇବାକୁ କହିଲେ ପିଇଓ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ

ଅପରାଧିଙ୍କ ଭୟରେ ଘରଛାଡି ପଳାଇବାକୁ କହିଲେ ପିଇଓ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ

267

ଭୁବନେଶ୍ୱର୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନିଜକୁ ଅସୁରକ୍ଷିତ ମନେ କରି ଆଜି ନିଜର ଭିଟାମାଟି ଛାଡି ରାଜ୍ୟବାହାରକୁ ପଳାଇବାକୁ ମିଡିଆ ନିକଟରେ ସୂଚନା ଦେଇଛନ୍ତି ରହସ୍ୟ ଘେରରେ ଥିବା ଯାଜପୁର ହରିଦାସପୁରରେ ହୋଇଥିବା ସ୍ମିତାରାଣୀର ମୃତ୍ୟୁ ଘଟଣାର ପିତା ସଦାନନ୍ଦ ବିଶ୍ୱାଳ। ମୋ ଝିଅ ମୃତ୍ୟୁ ଘଟଣା ସହ କିଛିଦିନ ପୂର୍ବରୁ ହରିଦାସପୁରର ଜଣେ ଯୁବକ ଦେବାଶିଷ ସାମଲ କୂଅରେ ପଡ଼ି ପ୍ରାଣ ହରାଇଥିଲେ। ସେହିପରି ମାଫିଆ ରାଜରେ ପ୍ରତିବନ୍ଧକ ସାଜିଥିବା ଜଣେ ରେଲୱେ ଇଂଜିନିୟରଙ୍କୁ ଗାଡ଼ି ଚଢାଇ ହତ୍ୟା କରାଯାଇଥିଲା ମୋତେବି ମୋଝିଅ ମୃତ୍ୟୁ ଘଟଣାରେ ସପୃକ୍ତ ମାଫିଆ ମାନେ କେଉଁ ମୃହୁର୍ତ୍ତରେ ହତ୍ୟା କରିପାରନ୍ତି ବୋଲି ଆଶଙ୍କା ଉପୁଜିଥିବାରୁ ମୁଁ ରାଜ୍ୟ ଛାଡି ପଳାଇବି ବୋଲି କହିଛନ୍ତି ଅସହାୟ ସଦାନନ୍ଦ।ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁର ବିଶ୍ୱାସଯୋଗ୍ୟ କାରଣ ପୁଲିସ ଆଜି ପର୍ଯ୍ୟନ୍ତ ଲୋକଲୋଚନକୁ ଆଣିପାରିନାହିଁ। ସ୍ମିତାରାଣୀ ଓ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଢାଲ କରି ପୁଲିସ ତଦନ୍ତ ଆତ୍ମହତ୍ୟାରେ ଅଟକିଯାଇଛି। ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାକୁ ନେଇ ସାରାରାଜ୍ୟରେ ଏବେ ବି ଚର୍ଚ୍ଚା ଲାଗିରହିଛି। ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନରେ ସାମିଲ ଥିବା ବୁଦ୍ଧିଜୀବୀ ଘଟଣାସ୍ଥଳ ଗସ୍ତ କରିବା ସହିତ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିବାରେ ଲାଗିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ସହିତ ବିଜେପି ବିଧାୟକମାନଙ୍କ ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ଆଜିଗସ୍ତ କରିବେ। ଏହି ପ୍ରତିନିଧି ଦଳ ସ୍ମିତାରାଣୀର ପରିବାରକୁ ଭେଟିବା ସହ ଘଟଣା ସ୍ଥଳ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.