Home ଜିଲ୍ଲା ପରିକ୍ରମା ବର୍ଷେ ପୁରିଲା: ଗାନ୍ଧୀ ଜୟନ୍ତୀରୁ ନୋ-ପ୍ଳାଷ୍ଟିକ କାର୍ଯ୍ୟକାରୀ ହେଲାନି

ବର୍ଷେ ପୁରିଲା: ଗାନ୍ଧୀ ଜୟନ୍ତୀରୁ ନୋ-ପ୍ଳାଷ୍ଟିକ କାର୍ଯ୍ୟକାରୀ ହେଲାନି

31

ନୟାଗଡ଼, ୨ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ରାଜ୍ୟରେ ଏକ ସୁସ୍ଥ ପରିବେଶ ବଜାୟ ରଖିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଗତ ୨୦୧୯ ମସିହା ସେପ୍ଟେମ୍ବର ୩୦ ରେ ନୋ-ପ୍ଲାଷ୍ଟିକ ନିଦ୍ଦେଶନାମା ଜାରି କରଥିଲେ ଓ ଏହା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଲାଗୁହେବା ପାଇଁ କହିଥିଲେ। ହେଲେ ୨୦୧୯ ମସିହା ଗାନ୍ଧୀ ଜୟନ୍ତୀ ଯାଇ ୨୦୨୧ ମସିହା ଗାନ୍ଧୀ ଜୟନ୍ତୀ ହେଲା ସିନା ହେଲେ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ନହେବା ନେଇ ପରିବେଶବିତ୍‌ମାନେ କ୍ଷୋଭ ପ୍ରକାଶ କରିଛନ୍ତି। କେବଳ ଏହା ବିଭାଗୀୟ ଲୋକ ଦେଖାଣିଆ ବୋଲି ଅଭିଯୋଗ କରିବା ସହିତ ନିର୍ଦ୍ଦେଶାନାମାର ନିର୍ଦ୍ଦେଶ ପାଳନ କରିବା ଫାଇଲ ଭିତରେ ଶୋଇ ରହିଲା ବୋଲି କହଛନ୍ତି। ନା ଲାଗୁହେଲା କଟକଣା ନା ପରିବେଶ ସୁରକ୍ଷା ପାଇଁ ଟିକେ ଆନ୍ତରିକତା ରହିଲା। ଯାହାକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗ କେବଳ କଥା ସିନା କାମକୁ ନୁହଁ ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ଗତ ୨୦୧୯ ମସିହା ସେପ୍ଟେମ୍ବର ୩୦ରେ ସରକାରଙ୍କ ନିର୍ଦ୍ଦେଶନାମା ପାଳନ କରିବାକୁ ଜଙ୍ଗଲ ବିଭାଗ ପ୍ରମୁଖ ସଚିବ ସମସ୍ତ ସହରାଂଚଳରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ନିଷ୍ପତି ନେଇଥିଲେ। ଏପରିକି କୌଣସି ବ୍ୟକ୍ତି ବିଶେଷ ବା ବ୍ୟବସାୟିକ ସଂସ୍ଥା ପଲିଥିନ ପ୍ରସ୍ତୁତ କରିବା ଓ ବିକ୍ରି କରିବା ଉପରେ ନିଷେଧାଦେଶ ଜାରି ରହିଥିଲେ। ଆଉ ମଧ୍ୟ ୨୦୦ ମିଲି ଲିଟର ପାଣି ବୋତଲ ଏଣିକି ବ୍ୟବହାର କରାଯିବ ନାହିଁ ବୋଲି କହିଥିଲେ। ଏହାବାଦ୍ ପ୍ଲାଷ୍ଟିକ କପ୍, ପ୍ଲେଟ, ଚାମଚ, ଗ୍ଲାସ ଭଳି ବିଭିନ୍ନ ପ୍ଲାଷ୍ଟିକ ଉପକରଣ ଜିନିଷ ମଧ୍ୟ ବିକ୍ରି କରିପାରିବେ ନାହିଁ କି ଉତ୍ପାଦନ କରିପାରିବେ ନାହିଁ ବୋଲି ଲଗାମ୍ ଲଗାଇଥିଲେ। ଖାଲି ସେତିକି ନୁହେଁ ୫୦ ମାଇକ୍ରନରୁ କମ୍‌ ମୋଟାର ପଲିଥିନ୍‌ ଯେଉଁମାନେ ପ୍ରସ୍ତୁତ ବା ବିକ୍ରି କଲେ ତାଙ୍କ ଉପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ସହିତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ଲାଷ୍ଟିକ ବ୍ୟାନ୍ କମିଟି ଏହାର ତଦାରଖ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବର୍ଷେ ଗଲା ସିନା ହେଲେ ବିଭାଗୀୟ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଲାନି। ନୟାଗଡ଼ର ବାର ଘାଟରେ ଯେଉଁଠି ଦେଖିବ ମାଳ ମାଳ ପଲିିଥିନ୍। ଏବେ ଦୋକାନ ବଜାରରେ ପଲିଥିନ ଯେତେ ଦେଖିବାକୁ ମିଳୁଛି ଏମିତି ପଲିଥିନ ବ୍ୟବହାର ପ୍ରତି ବିଭାଗୀୟ ରୋକ୍ ଯେ ଲାଗିଥିଲା ତାହା ଅନମାନ କରିହେଉନି। ଦୋକାନ ବଜାରରେ ଖୋଲମ୍ ଖୋଲା ପଲିଥିନ୍ ବ୍ୟବହାର କରାଯାଉଥିବାବେଳେ ଅଦରକାରୀ କୁଢ କୁଢ ପଲିଥିନ୍ ବଜାର ହାଟରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି। ଯାହାକି ପରିବେଶ ଦୂଷିତ ହେବା ସହିତ ବୁଲା ଗୋରୁ ଗାଈ ଖାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିବେଶ ସୁରକ୍ଷା ପାଇଁ ପଲିଥିନ୍ ବ୍ୟବହାରରେ ଲଗାମ୍ ରହୁ ବୋଲି ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.