Home ଓଡ଼ିଶା ପୁଣି JNU କ୍ୟାମ୍ପସ୍ ରେ ଗଣ୍ଡଗୋଳ : ଛାତ୍ରସଂଘ ଅଧ୍ୟକ୍ଷ ଆଇଶି ଘୋଷ ଆହତ: କହିଲେ...

ପୁଣି JNU କ୍ୟାମ୍ପସ୍ ରେ ଗଣ୍ଡଗୋଳ : ଛାତ୍ରସଂଘ ଅଧ୍ୟକ୍ଷ ଆଇଶି ଘୋଷ ଆହତ: କହିଲେ – ମୁଖା ପିନ୍ଧି ହମଲା କରିଛନ୍ତି ଆକ୍ରମଣକାରୀ

290

ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଜବାହରଲାଲ ନେହରୁ ୟୁନିଭର୍ସିଟିରେ ପୁଣି ଥରେ ଦୁଇ ଗୋଷ୍ଠୀର ଛାତ୍ରମାନଙ୍କର ମଧ୍ୟରେ ମାରପିଟର ଘଟଣା ସାମନାକୁ ଆସିଛି। JNU ଛାତ୍ରସଂଘର ଅଧ୍ୟକ୍ଷ ଆଇଶୀ ଘୋଷଙ୍କୁ ଚୋଟ ଲାଗିଛି। ଏହା ପରେ ଆଇଶି ଘୋଷଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଇଶି ଘୋସ ନ୍ୟୂଜ ଏଜେନ୍ସୀକୁ କହିଛନ୍ତି କି ମୁଖାପିନ୍ଧି ଗୁଣ୍ଡାମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ଏବଂ ପିଟିଛନ୍ତି। ସୋସିଆଲ ମିଡ଼ିଆରେ ତାଙ୍କର ଆହତ ଅବସ୍ଥାରେ ରକ୍ତାକ୍ତ ଫଟୋ ଭାଇରାଲ ହେଉଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ଛାତ୍ର ନେତାମାନେ କଥିତ ଭାବରେ ଅଭିଯୋଗ କରିଛନ୍ତିଯେ, ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଲୟ (ଜେଏନୟୁ) ର ପେରିୟାର ଛାତ୍ରାବାସର ଛାତ୍ରମାନଙ୍କ ସହିତ ବାମପନ୍ଥୀ ଛାତ୍ରମାନେ ମାରପିଟ କରି ତାଙ୍କୁ ଗମ୍ଭୀର ରୂପରେ ଆହତ କରିଛନ୍ତି। ଏବିଭିପିର ଜେଏନୟୁ ୟୂନିଟର ଅଧ୍ୟକ୍ଷ ଦୁଗେର୍ଶ ଗଣମାଧ୍ୟମକୁ କହିଛନ୍ତି, ପ୍ରାୟତଃ ଚାରି ରୁ ପାଞ୍ଚ ଶହ ବାମ ସଦସ୍ୟ ପେରିୟାର ଛାତ୍ରାବାସରେ ଏକତ୍ରୀତ ହୋଇଥିଲେ, ସେଠାରେ ଭଙ୍ଗାଭଙ୍ଗି କରି ଜବରଦସ୍ତି ପ୍ରବେଶ କରି ସେଠାରେ ବସିଥିବା ଏବିଭିପିର କାର୍ଯ୍ୟକର୍ତ୍ତାଙ୍କୁ ପିଟିଛନ୍ତି। ଏବିଭିପି ଦୃଢ଼ୋକ୍ତି ପ୍ରକାଶ କରିଛି କି ତାଙ୍କର ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ମନୀଷ ଜାଙ୍ଗିଡ଼ଙ୍କୁ ଆହତ କରାଯାଇଛି ଏବଂ ମାରପିଟ ପରେ ତାଙ୍କର ବୋଧହୁଏ ହାତ ଭାଙ୍ଗିଯାଇଛି। ଦୁଗେର୍ଶ ଆଗକୁ କହିଛନ୍ତି କି ଛାତ୍ରମାନଙ୍କ ଉପରେ ପଥର ଫୋପଡ଼ା ଯାଇଥିଲା, ଏହାଯୋଗୁଁ କିଛି ଛାତ୍ରଙ୍କର ମୁଣ୍ଡ ଫାଟିଛି। ସେ କହିଛନ୍ତି, ଭିତରେ ଥିବା ଛାତ୍ରମାନଙ୍କ ଉପରେ ସେମାନେ ପଥର ଏବଂ ଦଣ୍ଡାରେ ମାରିଛନ୍ତି।

କିନ୍ତୁ, ବାମପନ୍ଥୀ ଛାତ୍ରମାନଙ୍କର ନେତୃତ୍ବରେ ଥିବା ଜେଏନୟୁଏସୟୁ ଏହାକୁ ତୁରନ୍ତ ଖାରଜ କରି କହିଛନ୍ତିଯେ, ଏବିଭିପି ଏବଂ ପ୍ରଶାସନ ମିଛ କାହାଣୀ ପ୍ରସାରିତ କିବାରେ ଲାଗିଛି। ଜେଏନୟୁଏସୟୁର ମହାସଚିବ ସତୀଶ ଚନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି, ଏବିଭିପି ଏବଂ ପ୍ରଶାସନ ବଢ଼ାଉଥିବା ଫିସକୁ ନେଇକରି ଛାତ୍ରମାନଙ୍କର ପ୍ରଦର୍ଶନକୁ ନଜରରେ ରଖି ଏହା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.