Home ଜିଲ୍ଲା ପରିକ୍ରମା ବର୍ଷାରେ ଭିଜିଲା ମଣ୍ଡିରେ ଧାନ

ବର୍ଷାରେ ଭିଜିଲା ମଣ୍ଡିରେ ଧାନ

70

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଣିପାଗ ବିଭାଗ ତରଫରୁ ୧୧ତାରିଖ ଠାରୁ ବର୍ଷା ହେବାର ପ୍ରାକ ସୂଚନା ଦିଆଯାଇଥିଲା । ତଦନୁସାରେ ମଙ୍ଗଳବାର ରାତିରୁ ବର୍ଷା ଆରମ୍ଭ ହୋଇଛି । ବର୍ଷା ହେବା ଫଳରେ ଚାଷୀ ମୁଣ୍ଡ଼ରେ ଚଡ଼କ ପଡ଼ିଛି । ବର୍ଷକର ପରିଶ୍ରମ ସବୁ ବର୍ଷା ଯୋଗୁଁ ଧୋଇ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଡ଼ିସେମ୍ବର ମାସ ଆରମ୍ଭରେ ସାମୁଦ୍ରିତ ଝଡ଼ ଜୱାଦ ପ୍ରଭାବରୁ ଚାଷୀ ମୂକୁଳି ପାରି ନଥିବା ବେଳେ ଏହି ଅଦିନିଆ ବର୍ଷା ହେବା ଦ୍ୱାରା ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ଥିବା ଚାଷୀମାନେ ଋଣ ଯନ୍ତାରେ ପଡ଼ି ଛଟପଟ ହେବା ସାର ହୋଇଛି । ଏଠାକାର ଅଂଚଳରେ ପ୍ରାୟ ୮୦ ପ୍ରତିଶତ ଲୋକ କେବଳ ଧାନଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ଚାଷକୁ ଛାଡ଼ିଦେଲେ ଆୟ କରିବାର ଅନ୍ୟ କିଛି ପନ୍ଥା ନାହିଁ । ବହୁ ଲୋକ ବ୍ୟାଙ୍କ ଋଣ କିମ୍ବା ଗାଉଁଲି ଧାର କରଜ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଏଥର ମଧ୍ୟ ଠିକ୍ ସେପରି ଉପାୟରେ ଧାନ ଚାଷ କରିଥିଲେ । ଅନେକ ଭାଗ ଚାଷୀ ମଧ୍ୟ ରହିଛନ୍ତି । ଆଉ କିଛି ଲୋକ ପାଗକୁ ଦେଖି ତରବରିଆ ଭାବେ ଖଳାରେ ଆଣି ଧାନକୁ ରଖିଥିଲେ ସୁଦ୍ଧା ଏଠାରେ ମଧ୍ୟ ସମ ପରିସ୍ଥିତି ସୃଷ୍ଟି ହୋଇଛି । ସରକାରୀ ସ୍ତରରେ କିଛି ଦିନ ତଳେ ମଣ୍ଡି ମାନ ଖୋଲା ଯାଇଛି । ଯେଉଁଠାରେ ଚାଷୀମାନେ ଧାନ ଦେବା ଆରମ୍ଭ କରିଛନ୍ତି । ଖୋଲା ଆକାଶ ତଳେ ଧାନ ଗୁଡ଼ିକ ପଡ଼ି ରହିଥିବା ବେଳେ ଏହି ବର୍ଷା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣ କରିଦେଇଛି । ପୂର୍ବ ବର୍ଷ ପରି ପ୍ରକୃତି ପୁଣି ଦାଉ ସାଜିବନିତ ଏହି ଚିନ୍ତାରେ ଚାଷୀର ନିଦ ହଜିଯାଇଥିବା ପରିଲକ୍ଷିତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.