Home ଜିଲ୍ଲା ପରିକ୍ରମା ଧାମନଗର ଯାଦବମହାସଭା ପକ୍ଷରୁ ବନ୍ଧୁମିଳନ

ଧାମନଗର ଯାଦବମହାସଭା ପକ୍ଷରୁ ବନ୍ଧୁମିଳନ

69

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଯାଦବମହାସଭା ଆନୁକୂଲ୍ୟରେ ଆନନ୍ଦପୁର ଠାରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଂଗଠନର କାର୍ଯ୍ୟକାରୀ ସଭାପତି ଅନିଲ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ବ୍ଲକ ସମ୍ପାଦକ ମାଧବଚନ୍ଦ୍ର ଖଟୁଆ, ତପନ କୁମାର ଦାସ, ସତ୍ୟମୁର୍ତ୍ତି ବେହେରା, ଆନନ୍ଦପୁର ସଭାପତି ଖଗେଶ୍ୱର ମହାକୁଡ଼, ରାଜେନ୍ଦ୍ର ବେହେରା, ଅରୁଣ ପରିଡ଼ା, କୁଷଧ୍ୱଜ ବାରିକ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉକ୍ତ ବୈଠକରେ ସମସ୍ତ ଯାଦବ ବନ୍ଧୁମାନଙ୍କୁ ସ୍ୱାଗତ, ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ବ୍ଲକ ସଂଗଠନକୁ ମଜବୁତ୍ କରିବା ନିମନ୍ତେ ଅମରେଶ ପଲ୍ଳାଇଙ୍କୁ ଉପସଭାପତି ଓ ଲକ୍ଷ୍ମୀଧର ପଲ୍ଲାଇଙ୍କୁ ସମ୍ପାଦକ ଭାବେ ବୈଠକରେ ସର୍ବସମ୍ମତୀକ୍ରମେ ମନୋନୀତ କରାଯାଇଥିଲା । ଆଜିକାଲି ସମାଜର ଅବକ୍ଷୟମୁଖୀ ଅଡ଼କୁ ଗତିକରୁଥିବାରୁ ବ୍ଲକର ବିଭିନ୍ନ ଯୋନ୍‌ରେ ଭାଗବତ, ଗୀତା ଓ ଭାଗବତ ଶାସ୍ତ୍ର ଉପରେ ଆଲୋଚନା ମାଧ୍ୟମରେ ସଚେତନତା ସୃଷ୍ଟିକରିବା, ଆଗାମୀ ନୂତନବର୍ଷ ୨୦୨୩ ଠାରୁ ପଣାସଂକ୍ରାନ୍ତି ଦିବସକୁ ନବବର୍ଷରୂପେ ପାଳନକରିବା, ଶିକ୍ଷା, ଚାକିରୀ ଓ ରାଜନୀତିକ୍ଷେତ୍ରରେ ପଛୁଆବର୍ଗ (ଯାଦବ) ମାନଙ୍କ ପାଇଁ ୨୭% ସଂରକ୍ଷଣ କରିବା ଦାବିନେଇ ମହାମାନ୍ୟ ରାଜ୍ୟପାଳଙ୍କୁ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ଦାବିପ୍ରଦାନ କରିବା, ପିତୃମାତୃ ପୂଜ୍ୟ କାର୍ଯ୍ୟକ୍ରମକୁ ଆନନ୍ଦର ସହିତ ପାଳନ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ବ୍ଲକର ଅନ୍ୟତମ ଯାଦବସଂଗଠକ ମାନଗୋବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.