ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଅବହେଳା ଅଭିଯୋଗରେ ଧାମନଗର ବ୍ଲକର ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଧାମନଗର ବିଡିଓ ଲେଟର ନଂ. ୪୦୫୧ରେ ସେପ୍େଟମ୍ବର ୩ ତାରିଖରେ ଏହି ନୋଟିସ୍ ଜାରି କରିଛନ୍ତି।ନୋଟିସ୍ରେ ଦର୍ଶାଯାଇଛି ଯେ, ବର୍ଜ୍ୟବସ୍ତୁ ପରିଚାଳନା ନେଇ ବାରମ୍ବାର ସୂଚନା ଦିଆଯାଇଥିଲେ ମଧ୍ୟ ଅନେକ ପଂଚାୟତରେ ସଫେଇ କର୍ମଚାରୀ ନିଯୁକ୍ତି ସହ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ରହିଛି।ଗ୍ରାମପଂଚାୟତଗୁଡ଼ିକ ନିଜସ୍ୱ ପାଣ୍ଠି ବ୍ୟବହାର କରି ସଫେଇ କର୍ମଚାରୀଙ୍କ ମାଧ୍ୟମରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିଚାଳନା କରିବାର ବ୍ୟବସ୍ଥା ଥିବା ସତ୍ୱେ ଏଥିରେ ଅବହେଳା କାହିଁକି କରାଗଲା, ତାହା ନେଇ ଚଋଙମାନଙ୍କଠାରୁ ଜବାବ ତଲବ କରାଯାଇଛି।ସରକାରୀ କାର୍ଯ୍ୟରେ ଅବହେଳା ଓ ନିର୍ଦ୍ଦେଶ ପାଳନରେ ବିଫଳତା ପାଇଁ କାହିଁକି ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେନେଇ ନୋଟିସ୍ ପାଇବାର ୩ ଦିନ ମଧ୍ୟରେ ଲିଖିତ ଜବାବ ଦେବାକୁ ଈଊଙ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୋଟିସ ର ଏକ ନକଲ ଭଦ୍ରକ ଜିଲ୍ଲା ପରିଷଦର ସିଡିଓ-କମ୍-ପିଇଓଙ୍କୁ ଅବଗତି ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଦାନ କରାଯାଇଛି। ଏବେ ଚଋଙ ମାନଙ୍କ ଜବାବ ପରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହାକୁ ନେଇ ନଜର ରହିଛି।
Home ଜିଲ୍ଲା ପରିକ୍ରମା ବର୍ଜ୍ୟ ପରିଚାଳନାରେ ଅବହେଳା, ପିଇଓଙ୍କୁ ବିଡିଓଙ୍କ ନୋଟିସ,୩ ଦିନରେ ଜବାବ ତଲବ; ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ








