ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣା ବଜ଼ାର ବରିଷ୍ଠ ନାଗରିକ ସଙ୍ଘ ଆନୁକୂଲ୍ୟରୁ ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ବାଙ୍କା ବଜ଼ାର ସୈନିକ ସ୍କୁଲ ଠାରେ ସନ୍ଧ୍ୟା ୫ ଘଟିକା ସମୟରେ ବିଶିଷ୍ଟ ସୁନାମଧନ୍ୟ କ୍ରୀଡ଼ାବିତ, ସାମ୍ପ୍ରଦାୟିକ ସଦଭାବନାର ରକ୍ଷକ ତଥା ଜୀବନବ୍ୟାପି ଶିକ୍ଷା, ସଂସ୍କୃତି ଏବଂ ପୂଜ୍ୟପୂଜା ସଂଗଠନ ର ବ୍ୟକ୍ତି ହାଜୀ ଅବୁଲ କାଶିମ ଖାନ ଙ୍କ ଶ୍ରଦ୍ଧାଞ୍ଜଳି ସଭା ସଙ୍ଘର ସଭାପତି ହାଜୀ ହକିମୁଦ୍ଦିନ ଖାନ ଙ୍କ ସଭାପତିତ୍ୱ ରେ ଏବଂ ସମ୍ପାଦକ ରାମଚନ୍ଦ୍ର କର ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଫେଲୋସିପ ର ସମ୍ପାଦକ ଏସ.ଏମ. ଫାରୁକ, ସମାଜସେବୀ ସୁଧାକର ରାଉତ, ଲଲାଟେନ୍ଦୁ ମହାନ୍ତି, କୈଳାଶ ଚନ୍ଦ୍ର ମହାପାତ୍ର, ରୋଭର୍ସ କ୍ଲବ ର ସମ୍ପାଦକ ହରିହର ନନ୍ଦୀ, ମୁସଲିମ ଜମାତର ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ, ବିବେକ ମୁଖାର୍ଜୀ, ଆଇନଜିବି ଶେଖ ଅବୁ ସୁଫିଆନ , ବାଳଆଶ୍ରମ ସମ୍ପାଦକ ଅଶୋକ ଦାସ , ଇଂ ମନାୱାର ହୋସେନ ଓ ଲଷ୍ମୀକାନ୍ତ ବାରିକ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ କାଶିମ ଖାନ ଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ପୂର୍ବତନ ମନ୍ତୀ ସାମଲ ଙ୍କ ବକ୍ତବ୍ୟ ରେ କହିଥିଲେ ଯେ ସ୍ୱର୍ଗତ କାଶିମ ମୋର ଘନିଷ୍ଠ ବନ୍ଧୁ ଏବଂ ପୁରୁଣା ବଜ଼ାର ନାରାୟଣ ଚନ୍ଦ୍ର ହାଇସ୍କୁଲ ରେ ସାଙ୍ଗରେ ପାଠ ପଡ଼ୁଥିଲୁ , ଯେଉଁ ସମୟରେ ସ୍ୱର୍ଗତ କାଶିମ କେନ୍ଦୁଝର ରେ ଚାକିରୀ କରୁଥିଲେ । ସେ ସମୟରେ ଭଦ୍ରକର ଖବର ଉପରେ ତାଙ୍କ ନଜର କ୍ରୀଡା ଉପରେ, ଶିକ୍ଷା ଉପରେ ରହୁଥିଲା ଏବଂ ସୁଖଦୁଃଖର ସାଥି ମଧ୍ୟ ଥିଲେ । ସ୍ୱର୍ଗତ କାଶିମ ଆମ ଗହଣରେ ନାହାନ୍ତି କିନ୍ତୁ ତାଙ୍କ କଥା, କାର୍ଯ୍ୟ ଓ ସଂଗଠନ ସହିତ ଜଡିତ ଥିବାରୁ ବର୍ଷେ ବର୍ଷେ ମନେ ରହିଥିବ । ଏହି ସଭାକୁ ବରିଷ୍ଠ ନାଗରିକ ସଙ୍ଘ ର ସମସ୍ତ ସଭ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ।








