Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକଙ୍କୁ ସାଇବର କ୍ରାଇମ୍ ସଚେତନତା

ବରିଷ୍ଠ ନାଗରିକଙ୍କୁ ସାଇବର କ୍ରାଇମ୍ ସଚେତନତା

3

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବା ବେଳେ ସଚେତନତାର ଅଭାବ ଯୋଗୁ ବିଶେଷକରି ବରିଷ୍ଠ ଓ କମ୍ ବୟସର ଯୁବକ ଯୁବତୀ ଏହାର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କ ଆହ୍ୱାନ କ୍ରମେ ବନ୍ତ ବରିଷ୍ଠ ନାଗରିକ ମଂଚର କର୍ମକର୍ତା ମାନଙ୍କୁ ସଚେତନ କରାଯାଇଛି । ବିଭିନ୍ନ ସମୟରେ ସାଇବର କ୍ରାଇମର ଶିକାର,ଏହାର ବିଭିନ୍ନ ଦିଗ ଏଥିରୁ ଦୂରେଇ ରହିବା ନେଇ ଥାନାଧିକାରୀ ଶ୍ରୀ ମହାନ୍ତି ସଚେତନ କରିଥିଲେ । ବରିଷ୍ଠ ନାଗରିକ ମଂଚର ସଭାପତି ଡ.ସୁଧାଂଶୁ ଶେଖର ନାୟକ, ସମ୍ପାଦକ ଭାସ୍କର ଚନ୍ଦ୍ର ପାଢୀ , ସହ-ସମ୍ପାଦକ ନାରୟଣ ଚନ୍ଦ୍ର ଲେଙ୍କା, ଉପଦେଷ୍ଟା ଡ. ଶୁଭେନ୍ଦ୍ର କୁମାର ମିଶ୍ର, ଜଗନ୍ନାଥ ପାତ୍ର ପ୍ରମୁଖ ବରିଷ୍ଠ ମାନଙ୍କର ବିଭିନ୍ନ ସମସ୍ୟା, ଥାନାକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଟେବୁଲ ଓ ପରାମର୍ଶ ପାଇଁ କମିଟି ଗଠନର ପ୍ରସ୍ତାବ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଚଂ ଅର୍ଜୁନ ଚରଣ ପଣ୍ଡା, ହରିହର ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ସାହୁ, ଭାଗବତ ସୂତାର, ୟାକତ୍ ଅଲ୍ଲୀ, ରମାକାନ୍ତ ଜେନା, ଅଲେଖ ଚନ୍ଦ୍ର ନାୟକ,ଗଣେଶ ଧଳ, ସୁବାଷ ଚନ୍ଦ୍ର ପଣ୍ଡା, କୃଷ୍ଣ ଚନ୍ଦ୍ର ପଣ୍ଡା,ମାଧବ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଥାନା ଏସଆଇ ଅସ୍ମିତା ପ୍ରଧାନ, ଜଗବନ୍ଧୁ ମାଟିଆ, ପ୍ରକାଶ କୁମାର ଜେନା, ବସନ୍ତ କୁମାର ଜେନା, ମନମୋହନ ବାରିକ, ବୁଦ୍ଧିରାମ ପୂର୍ତିର୍ ବରିଷ୍ଠଙ୍କୁ ସାଇବର କ୍ରାଇମର ବିଭିନ୍ନ ଦିଗ ଉପରେ ବୁଝାଇଥିବା ବେଳେ ଅଜଣା ବ୍ୟକ୍ତିଙ୍କ ସହ ମୋବାଇଲରେ କଥା ହେବା ବେଳେ କୌଣସି କିଛି ସେୟାର ନକରିବାକୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.